Latest Odisha News

ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା : ରାଜ୍ୟ ମୁଖ୍ୟାଳୟକୁ ବଦଳି ହେଲେ ଡିଆଇଜି ବ୍ରିଜେଶ ରାଏ

ଭୁବନେଶ୍ୱର: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଫସିଲେ  ଆଇପିଏସ ବ୍ରିଜେଶ ରାଏ । ହୋମଗାର୍ଡଙ୍କ ଅଭିଯୋଗ ପରେ ହେଲା ଉତ୍ତର କେନ୍ଦ୍ରାଞ୍ଚଳ  ଡିଆଇଜିଙ୍କ ବଦଳି ।  ଅନୁଗୁଳର ଡିଆଇଜିରୁ ବ୍ରିଜେଶ ରାଏ ଆସିଲେ ରାଜ୍ୟ ପୋଲିସ ମୁଖ୍ୟାଳୟକୁ  ।  ଡିଆଇଜିଙ୍କ ଘରେ କାର୍ଯ୍ୟରତ ମହିଳା ହୋମଗାର୍ଡଙ୍କୁ ଡିଆଇଜିଙ୍କ ପତ୍ନୀ ନିର୍ଯାତନା ଦେଉଥିଲେ ।

ନିର୍ଯାତନା ସହି ନ ପାରି ମହିଳା ହୋମଗାର୍ଡ ସୌରୀନ୍ଦ୍ରୀ ସାହୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସୌଭଗ୍ୟବଶତଃ ସେ ମୃ୍ତ୍ୟୁ ମୁହଁରୁ ବଞ୍ଚି ଯାଇଥିଲେ ସିନା କିନ୍ତୁ ଦୁଇଟି ଯାକ ଗୋଡ ହରାଇଛନ୍ତି । ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଡିଆଇଜି ବ୍ରିଜେଶ ରାୟ ଏହାକୁ ଖଣ୍ଡନ କରିଥିଲେ । ତାଙ୍କର ପାରିବାରିକ ଚାପ ଯୋଗୁ ଚିନ୍ତାରେ ରହୁଥିବା ଦର୍ଶାଇଥିଲେ । ତେବେ ଏହାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଡଆଇଜିକୁ ତୁରନ୍ତ ବଦଳି କରାଯାଇଛି ।

ଡିଆଇଜି ପତ୍ନୀ ଦେଉଥିବା ନିର୍ଯାତନା ସମ୍ପର୍କରେ ହୋମଗାର୍ଡ ସୌରୀନ୍ଦ୍ରୀ ଡିଜିଙ୍କୁ ଚିଠି ଲେଖି ନିଜର ଦୁଃଖ ଜଣାଇଥିଲେ । ସେ ଚିଠିରେ ଲେଖିଛନ୍ତି ଯେ, ସେ ଗତ ୧୯ ବର୍ଷ ଧରି ହୋମଗାର୍ଡ ଭାବେ କାମ କରୁଛନ୍ତି । ସାତମାସ ତଳେ ତାଙ୍କୁ ଡିଆଇଜି  ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ଘରୋଇ ସହାୟକଭାବେ କାମ କରୁଥିଲେ ।  ସେ ଘରର ସବୁ କାମ କରୁଥିଲେ । ହେଲେ ସାମାନ୍ୟ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଖୁବ ନିର୍ଯାତନା ଦେଉଥିଲେ । ମାଡ ମାରିବା ସହ ତାଙ୍କୁ ଚାକିରୀରୁ ବାହାର କରିଦେବାକୁ ଧମକ ଦେଉଥିଲେ । ଗତ ୪ ତାରିଖ ତାଙ୍କୁ ଗଳା ଧକ୍କା ଦେଇ ବାହାର କରି ଦେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାପରେ ଅପମାନିତ ହୋଇ ତଥା ଚାକିରୀ ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଥିଲେ ।

Comments are closed.