Latest Odisha News

BREAKING NEWS

ଲଗାତାର ୬ଟି ଫ୍ଲପ ଫିଲ୍ମ ଦେଲେ ବି ରଜନୀ ସାରଙ୍କ କ୍ରେଜ୍ କମିବ ନାହିଁ; ଏଭଳି କିଛି କହିଲେ ବିଜୟ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ୧୦ ତାରିଖରେ ରିଲିଜ୍ ହୋଇଯାଇଛି । ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ବକ୍ସ ଅଫିସରେ ବି ଭଲ ବ୍ୟବସାୟ କରୁଛି । ତେବେ ଫିଲ୍ମର ସଫଳତାକୁ ନେଇ ରଜନୀକାନ୍ତ ବେଶ୍ ଖୁସି ଅଛନ୍ତି । ଏଭଳି ସ୍ଥିତିରେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏମିତି କିଛିି ପ୍ରତିକ୍ରିୟା ଦେଇଛନ୍ତି, ଯାହାକୁ ନେଇ ସେ ଟ୍ରୋଲର ଶୀକାର ହୋଇଛନ୍ତି । ବିଜୟ କହିଛନ୍ତି ଯେ, ସାଉଥ୍ ସୁପରଷ୍ଟାର ଲଗାତାର ୬ଟି ଫ୍ଲପ ଫିଲ୍ମ ଦେଲେ ବି ସୁପରଷ୍ଟାର ରଜନୀ ସାରଙ୍କ କ୍ରେଜ୍ ଚାଲିଯିବ ନାହିଁ ।

ନିକଟରେ ଆଗାମୀ ଫିଲ୍ମର ଖୁସିର ଏକ ପ୍ରମୋସନାଲ ଇଭେଣ୍ଟରେ ଯୋଗ ଦେଇଥିଲେ ଅଭିନେତା ବିଜୟ ଦେବରକୋଣ୍ଡା । ଏଥିରେ ସେ ରଜନୀକାନ୍ତ ଏବଂ ଚିରଞ୍ଜୀବୀଙ୍କ ପରି ସୁପରଷ୍ଟାରମାନଙ୍କୁ ସମର୍ଥନ କରିଥିଲେ । ସୁପରଷ୍ଟାର ଫ୍ଲପ ଫିଲ୍ମ ଦେଲେ ବି ତାଙ୍କ କ୍ରେଜ୍ ଶେଷ ହୁଏ ନାହିଁ ବୋଲି କହିଥିଲେ ।
ସୁପରଷ୍ଟାରମାନଙ୍କ କ୍ରେଜ୍ ସହିତ ହିଟ୍ ଏବଂ ଫ୍ଲପର କୌଣସି ସଂଯୋଗ ନାହିଁ । ରଜନୀ ସାର୍ ଲଗାତାର ୬ଟି ଫ୍ଲପ୍ ଫିଲ୍ମ ଦେଲେ ବି ‘ଜେଲର’ ପରି ଏକ ଫିଲ୍ମ ଆଣିବେ, ଯାହା ୫୦୦କୋଟି ଆୟ କରିବ । ଫିଲ୍ମ ଫ୍ଲପ ହେଲେ ବି ସୁପରଷ୍ଟାରମାନଙ୍କ କ୍ରେଜ୍ ସେମାନଙ୍କ ପ୍ରଶଂସକଙ୍କ ମନରୁ ଯାଏ ନାହିଁ । ବିଜୟଙ୍କ ଏଭଳି ମନ୍ତବ୍ୟ ଶୁଣି ଏବେ ରଜନୀକାନ୍ତଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରିଛନ୍ତି ।

ସୁପରଷ୍ଟାର ରଜନୀକାନ୍ତ କେତେବେଳେ ଲଗାତାର ୬ଟି ଫ୍ଲପ ଫିଲ୍ମ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ତାଙ୍କ ପ୍ରଶଂସକ । ଆଉ ଜଣେ ଲେଖିଛନ୍ତି, ରଜନୀକାନ୍ତ ଫ୍ଲପ ଫିଲ୍ମ ଦେଇନାହାନ୍ତି । ଫିଲ୍ମ ଦରବାର ଓ ଆନ୍ନାତେ ଆଶାଠାରୁ କମ ଆୟ କରିଥିଲା ସତ । ହେଲେ ତାହା ଫ୍ଲପ ହୋଇ ନ ଥିଲା ।

Comments are closed.