ନୂଆଦିଲ୍ଲୀ: ଚନ୍ଦ୍ରଯାନ ୩ର ସଫଳତା ଯୋଗୁ ଆଜି ସାରା ବିଶ୍ୱ ଭାରତୀୟ ମହାକାଶ ବିଜ୍ଞାନୀଙ୍କ ଗୁଣ ଗାଉଛି । ତେବେ ଆମର ଇସ୍ରୋ ବୈଜ୍ଞାନିକଙ୍କୁ କି ଭଳି ସମାଲୋଚନା କରାଯାଇଥିଲା ତାହା ଭୁଲି ହେବନି । ୨୦୧୪ରେ ଭାରତ ଖୁବ କମ ବଜଟରେ ମଙ୍ଗଳଯାନ ମିଶନରେ ସଫଳତା ହାସଲ କରିଥିଲା । ତେବେ ଏହାକୁ ପାଶ୍ଚତ୍ୟ ଦେଶ ସହଜରେ ଗ୍ରହଣ କରିପାରି ନ ଥିଲେ । ନ୍ୟୁୟର୍କ ଟାଇମ୍ସରେ ଭାରତକୁ ତାତ୍ସଲ୍ୟ କରି କାର୍ଟୁନ ପ୍ରକାଶ ପାଇଥିଲା । ଅନେକ ଭାରତୀୟଙ୍କୁ ଏହା ବାଧିଥିଲା । କାର୍ଟୁନରେ ଜଣେ କୃଷକ ଗାଇ ସହ ଗୋଟିଏ ଏଲିଟ ସ୍ପେସ କ୍ଲବ ଲେଖା ଯାଇଥିବା କବାଟ ପାଖରେ ଛିଡା ହୋଇ ଡାକୁଥାଏ । ଭିତରେ ୨ଜଣ ସୁଟ ପିନ୍ଧି ବସିଥାନ୍ତି । ସେମାନେ ପରୋକ୍ଷରେ ପାଶ୍ଚତ୍ୟ ଦେଶର ବୈଜ୍ଞାନିକଙ୍କୁ ପ୍ରତିନିଧିତ୍ୱ କରୁଥିଲେ । ୨୦୧୭ରେ ଭାରତ ଏକକାଳୀନ ୧୦୪ ସାଟେଲାଇଟ ଲଂଚ କରି ବିଶ୍ୱକୁ ଚମକାଇ ଦେଇଥିଲା ।
ଏହି ସଫଳତା ପରେ ଟାଇମ୍ସ ଅଫ ଇଣ୍ଡିଆ କାର୍ଟୁନ ମାଧ୍ୟମରେ ନ୍ୟୁୟର୍କ ଟାଇମ୍ସର ମୁହଁ ବନ୍ଦ କରିଥିଲା । ଏହି କାର୍ଟୁନରେ ଗାଇ ଧରି ଯାଇଥିବା କୃଷକ ଭିତରେ ବସିଥିବା ବେଳେ ଅନ୍ୟ ଦେଶର ବୈଜ୍ଞାନିକ ବାହାରେ ଛିଡା ହୋଇ ଡାକୁଛନ୍ତି । ଏବେ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଲେଖିଛନ୍ତ ଚନ୍ଦ୍ରାଯାନ ୩ ସଫଳତା ପରେ ନ୍ୟୁୟର୍କ ଟାଇମ୍ସ ଆମକୁ କେବେ ଥଟ୍ଟା କରିବ । କାର୍ଟୁନ ନେଇ ନ୍ୟୁୟର୍କ ଟାଇମ୍ସ କ୍ଷମା ମାଗିଥିଲେ ମଧ୍ୟ ଏଥିସହ ସେମାନେ ଆମ ପ୍ରତି ଚିନ୍ତାଧାରାକୁ ଦର୍ଶାଇଥିଲେ । ଭାରତ ଆହୁରି ଆଗକୁ ଯିବ । ଆମ ବୈଜ୍ଞାନିକଙ୍କ ସଫଳତା ନିଶ୍ଚିତ ଭାବେ ସେମାନଙ୍କ ମୁହଁ ବନ୍ଦ କରିବ ବୋଲି ୟୁଜର୍ସ ଲେଖିଛନ୍ତି ।
Comments are closed.