ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରେ ବୁଧବାର ଏକ ମିନିଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହେବାରୁ ଦୁର୍ଘଟଣା ଘଟିଛି। ଫଳରେ ପ୍ରାୟ ୩୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି।
ଗାଡିର ଡ୍ରାଇଭର ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଓଲଟି ପଡିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଜୁଡାମ୍ବା ଘାଟିରେ ଏକ ଧାନ କ୍ଷେତରେ କାମ କରିବା ପାଇଁ ଶ୍ରମିକମାନଙ୍କୁ ନେଇ ଏକ ଗାଡ଼ି ଭଦ୍ରକ ଜିଲ୍ଲାର ବନ୍ଥ ନିକଟ କେନ୍ଦୁଆ ଗାଁକୁ ଯାଉଥିଲା।
ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସେମାନଙ୍କୁ ଘଷିପୁରା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାୟାଇଛି। ପୋଲିସ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
Comments are closed.