ନୂଆଦିଲ୍ଲୀ:ଡାଇବେଟିଜ ଓ ହୃଦରୋଗୀଙ୍କ ସଂଖ୍ୟା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଦି ଲେଂସେଟ ରୁମୋଟୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନରେ ବୈଜ୍ଞାନିକମାନେ ଅଷ୍ଟିୟୋଆର୍ଥରାଇଟିସ ନେଇ ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି । ସେମାନଙ୍କ ମତରେ ୨୦୫୦ ସୁଦ୍ଧା ସାରା ବିଶ୍ୱରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହେବେ । ବର୍ତମାନ ୩୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ମଧ୍ୟରେ ୧୫ ପ୍ରତିଶତ ଏଥିରେ ଆକ୍ରାନ୍ତ । ଗ୍ଲୋବାଲ ୱାର୍ଡନ ଅଫ ଡିଜିଜ ଷ୍ଟଡିରେ ଆମେରିକା ଇନଷ୍ଟିଚ୍ୟୁଟ ଫର ହେଲଥ ମ୍ୟାଟ୍ରିକ୍ସ ଆଣ୍ଡ ଇଭୋଲୋଶନର ଗବେଷକମାନେ ଏହି ଗବେଷଣା କରିଥିଲେ ।
୧୯୯୦ରେ ୨୫୬ ମିଲିୟନ ଏଥିରେ ଆକ୍ରାନ୍ତ ହୋଇଥିଲେ । ଏବେ ୨୦୨୦ ସୁଦ୍ଧା ୫୯୫ ମିଲିୟନ ଏହା ଛୁଇଁ ସାରିଛି । ୧୩୨ ପ୍ରତିଶତର ବୃଦ୍ଧି କମ କଥା ନୁହେଁ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି । ପୁରୁଷଙ୍କ ତୁଳନାରେ ମହିଳାମାନେ ଏଥିରେ ବେଶୀ ଆକ୍ରାନ୍ତ ହେଉଛନ୍ତି । ଗବେଷଣାରେ ଦର୍ଶାଯାଇଛି ୬୧ ପ୍ରତିଶତ ମହିଳା ଓ ୩୯ ପ୍ରତିଶତ ପୁରୁଷ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଖାଦ୍ୟ ପାନୀୟଠାରୁ ଆରମ୍ଭ କରି ବ୍ୟାୟାମ ପର୍ଯ୍ୟନ୍ତ ସବୁ ଦିଗପ୍ରତି ଯତ୍ନବାନ ହେବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି ।
Comments are closed.