ମୁଜାଫରନଗର: ଆଜିକାଲି ପୁରୁଷ ହୁଅନ୍ତୁ ବା ମହିଳା ନିଜକୁ ସୁନ୍ଦର ଦେଖାଯିବା ପାଇଁ ପାର୍ଲର ଯାଇଥାନ୍ତି । ଏହାସହିତ ବଜାରରେ ମିଳୁଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି । ଏଥିରେ କୌଣସି ନୂଆ କଥା ନାହିଁ । କିନ୍ତୁ ଆପଣ କେବେ ଶୁଣିଛନ୍ତି ଭଗବାନଙ୍କର ମଧ୍ୟ ପାର୍ଲର ଅଛି? ହଁ ମୁଜାଫରନଗରରେ ଏମିତି ଏକ ଅନନ୍ୟ ପାର୍ଲର ଅଛି, ଯେଉଁଠାରେ ମଣିଷ ନୁହଁନ୍ତି, ଖୋଦ୍ ଭଗବାନ ମେକ୍ଅପ୍ ନିଅନ୍ତି ।
ପଶ୍ଚିମ ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ କେବଳ ଗୋଟିଏ ପାର୍ଲର ଅଛି, ଯେଉଁଠାରେ ଭଗବାନଙ୍କର ମେକ୍ଅପ୍ କରାଯାଇଥାଏ । ଏହି ପାର୍ଲରଟି
ମୁଜାଫରନଗରର ଗାନ୍ଧୀ କଲୋନୀରେ ଶ୍ରୀ ଶ୍ରୀ ଗୋଲୋକ ଧାମ ନିକଟରେ ଦୀର୍ଘ ବର୍ଷ ହେଲା ଚାଲିଆସୁଛି । ଏଠାରେ କେବଳ ସମସ୍ତ ଭଗବାନଙ୍କୁ ସଜ୍ଜାଯାଇଥାଏ । ସେଥିଲାଗି ବିଭିନ୍ନ ସ୍ଥାନରୁ ଲୋକେ ମୂର୍ତ୍ତି ଧରି ସଜ୍ଜାଇବା ପାଇଁ ଏଠାକୁ ଆସିଥାନ୍ତି । ଏହି ପାର୍ଲରରେ କେବଳ ଉତ୍ତରପ୍ରଦେଶ ନୁହେଁ ହରିୟାଣା, ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ ଆଦି ସ୍ଥାନରୁ ଲୋକେ ତାଙ୍କ ମୂର୍ତ୍ତି ସଜ୍ଜାଇବା ପାଇଁ ଆଣିଥାନ୍ତି ।
ପାର୍ଲରର ମାଲିକ ଶେଫାଲୀ ବର୍ମା କହିଛନ୍ତି ଯେ, ମୋର ଏହି ପାର୍ଲରଟି ପ୍ରାୟ ୭ ବର୍ଷ ଧରି ଚାଲୁଛିି । ଏଠାରେ ମୁଁ କେବଳ ସମସ୍ତ ଦେବତା ଏବଂ ଦେବୀଙ୍କ ମୂର୍ତ୍ତିଗୁଡ଼ିକୁ ସଜାଇଥାଏ । ସେଥିଲାଗି ଦୂରଦୂରାନ୍ତରୁ ବହୁ ଲୋକ ମୋ ପାଖକୁ ଆସିଥାନ୍ତି । ମୋ କାମକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରନ୍ତି । ଲୋକେ ଆଣିଥିବା ସାଧାରଣ ମୂର୍ତ୍ତିକୁ ମୁଁ ଏପରି ଭାବେ ସଜ୍ଜାଇଥାଏ ଯେ, ସେମାନେ ନେବା ବେଳେ ବିଶ୍ୱାସ କରି ପାରନ୍ତି ନାହିଁ ଏହି ମୂର୍ତ୍ତି କାହାର । ଗୋଟିଏ ପ୍ରତିମାକୁ ସଜାଇବା ପାଇଁ ମୋତେ ପ୍ରାୟ ଦୁଇ ଦିନ ଲାଗିଥାଏ । ଭଗବାନଙ୍କୁ ମୁଁ ସୁନ୍ଦର ରୂପ ଦେଇ ପାରୁଥିବାରୁ ନିଜକୁ ଗର୍ବ ଅନୁଭବ କରେ ।
Comments are closed.