Latest Odisha News

BREAKING NEWS

ପ୍ରଥମ ଟିକା ସୃଷ୍ଟିକର୍ତ୍ତାଙ୍କ ଅବଦାନକୁ ନେଇ ଆଗକୁ ଆସୁଛି ଫିଲ୍ମ ‘ ଦ ଭ୍ୟାକ୍ସିନ ୱାର’

ମୁମ୍ବାଇ: କରୋନା ମହାମାରୀ ସମୟରେ ଭାରତର ପ୍ରଥମ ଟିକା ସୃଷ୍ଟି କରିଥିବା ଭାରତୀୟ ବୈଜ୍ଞାନିକଙ୍କ ବଳିଦାନ ଏବଂ ସଫଳତାକୁ ନିର୍ମିତ ହୋଇଛି ଫିଲ୍ମ ‘ଦ ଭ୍ୟାକ୍ସିନ ୱାର’ । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମର ପ୍ରିମିୟର ଶୋ ନିକଟରେ ନ୍ୟୁୟର୍କରେ ଆୟୋଜିତ ହୋଇଯାଇଛି । ଏବେ ଅଭିନେତା ଆର ମାଧବନ ଫିଲ୍ମର ରିଭ୍ୟୁ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିବା ସହ ଫିଲ୍ମର ପ୍ରଶଂସା ବି କରିଛନ୍ତି ।

ଇଣ୍ଡିଆ ଫର ହ୍ୟୁମାନିଟି ଟୁର ପାଇଁ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ସ୍କ୍ରିନିଂରେ ମାଧବନ ଦର୍ଶକଙ୍କ ମଧ୍ୟରେ ଉପସ୍ଥିତ ଥିବା କଳାକାରଙ୍କ ମଧ୍ୟରୁ ଜଣେ ଥିଲେ । ସେ କହିଛନ୍ତି ଯେ, ଫିଲ୍ମ ‘ଦ ଭ୍ୟାକ୍ସିନ ୱାର’ ଦେଖିବାବେଳେ ମୁଁ ବହୁତ ଖୁସି ହୋଇଥିଲି । ଫିଲ୍ମଟି ଏତେ ଭଲ ହୋଇଛି ଯେ, କରତାଳି ଦେଇଥିଲି ଓ କାନ୍ଦି ବି ଥିଲି । ଏଥିରେ ପଲ୍ଲବୀ ଯୋଶୀ, ଅନୁପମ ଖେର, ନାନା ପାଟେକର ଏବଂ ରାଇମା ସେନଙ୍କ ଅଭିନୟ ହୃଦୟକୁ ଛୁଇଁଛି । ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ଦେଶର ପ୍ରଥମ ଭ୍ୟାକ୍ସିନ ତିଆରି କରିଥିଲେ ଓ ସବୁଠାରୁ ଚ୍ୟାଲେଞ୍ଜିଂ ସମୟ ମଧ୍ୟରେ ଦେଶକୁ ନିରାପଦ ରଖିଥିଲେ, ସେମାନଙ୍କର ଏହି କାହାଣୀ ମୋ ମନକୁ ଘାବରେଇ ଦେଇଛି ।

 

Comments are closed.