Latest Odisha News

ଚଳିତ ବର୍ଷ ରକ୍ଷାବନ୍ଧନ ପାଳନ କରିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ରକ୍ଷାବନ୍ଧନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟ କାମରେ ବ୍ୟସ୍ତ ଥିବାରୁ ସେ ଆଜି ରକ୍ଷା ବନ୍ଧନ ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ମଙ୍ଗଳବାର ସିଏମଓଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ସାରା ରାଜ୍ୟରେ ଏହାକୁ ପାଳନ କରାଯିବ। ଗହ୍ମା ପୂର୍ଣ୍ଣିମା ନାମରେ ପରିଚିତ ଏହି ପର୍ବରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥାଏ।

Comments are closed.