Latest Odisha News

BREAKING NEWS

ମୋ ବାପା ବହୁତ ରୋମାଣ୍ଟିକ୍ : ଏମିତି କିଛି କହିଲେ ଇଶା ଦେଓଲ

ମୁମ୍ବାଇ: ମାସକ ତଳେ ରିଲିଜ୍ ହୋଇଥିଲା ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ । ଏହି ଫିଲ୍ମଟିରେ କାହାଣୀ ଯେତିକି ଚର୍ଚ୍ଚାରେ ନାହିଁ, ତା’ଠୁ ଅଧିକ ଚର୍ଚ୍ଚାରେ ରହିଛି ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟ । ଏହି ଦୃଶ୍ୟକୁ କିଛି ଲୋକ ପସନ୍ଦ କରିଥିବା ବେଳେ ଆଉ କିଛି ନାପସନ୍ଦ କରିଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ପୂର୍ବରୁ ଧର୍ମେନ୍ଦ୍ର ,ଶବାନ, ତାଙ୍କ ସ୍ୱାମୀ ଜାଭେଦ ଅଖତାର , ଅଭିନେତ୍ରୀ ହେମାମାଳିନୀଙ୍କ ସମେତ ଅନେକ କଳାକାର ନିଜର ପ୍ରତିିକ୍ରିୟା ରଖିଛନ୍ତି । ଏବେ ଧର୍ମେନ୍ଦ୍ରଙ୍କ ଝିଅ ଇଶା ଦେଓଲ ନିଜର ପ୍ରତିକ୍ରିୟା ଦେଇଛନ୍ତି । ମୋ ବାପା ବହୁତ ରୋମାଣ୍ଟିକ୍ ବୋଲି ସେ କହିଛନ୍ତି ।

ଏକ ସାକ୍ଷାତକାରରେ ଇଶା କହିଛନ୍ତି, ପ୍ରେମ କରିବା ଏବଂ ଚୁମ୍ବନ ଦେବା ଲାଗି କୌଣସି ନିର୍ଦ୍ଧିଷ୍ଟ ବୟସ ନାହିିଁ । ମୋ ବାପା ବହୁତ କୁଲ୍ ଏବଂ ହ୍ୟାଣ୍ଡସମ । ତାଙ୍କର ବ୍ୟକ୍ତିତ୍ୱ ବି ବେଶ ରୋମାଣ୍ଟିକ୍ । ସେ ସର୍ବଦା କବିତା କହିବା ସହ ବହୁତ କିଛି କରିଥାନ୍ତି । ସେ ସବୁବେଳେ ଏମିତି ରହି ଆସିଛନ୍ତି । ଶବାନା ଆଣ୍ଟିଙ୍କୁ ମୁଁ ବହୁତ ପସନ୍ଦ କରେ । ନିର୍ମାତା ଏହି ଦୃଶ୍ୟକୁ ଭଲ ଭାବେ ଶୁଟ୍ ବି କରିଛନ୍ତି ।

ପ୍ରାୟ ୧୬ବର୍ଷ ପରେ ପରଦାରେ ଧର୍ମେନ୍ଦ୍ରଙ୍କୁ ଏଭଳି ଦୃଶ୍ୟ କରୁଥିବାର ଦେଖିବାକୁ ମିଳିଛି ।

Comments are closed.