Latest Odisha News

ପକ୍ଷୀଙ୍କ ସହ ମିଶିବାକୁ ବୈଜ୍ଞାନିକଙ୍କ ନୂଆ ପ୍ରୟାସ : ବର୍ଷେ ହେଲାଣି ପକ୍ଷୀ ମୁଖା ପିନ୍ଧି ଜଙ୍ଗଲରେ

ଜାପାନ: ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ଲକ୍ଷ୍ୟ ହାସଲ କରିବାକୁ ସବୁକିଛି କରିବାକୁ ପ୍ରସ୍ତୁତ । ନିକଟରେ ଜାପାନର ଏମିତି ଜଣେ ବୈଜ୍ଞାନିକ ନିଜ ଲକ୍ଷ୍ୟ ହାସଲ କରିବାକୁ ଏପରି କିଛି କରିଛନ୍ତି, ଯେଉଁଥିପାଇଁ ସେ ଏବେ ଖୁବ୍ ଚର୍ଚ୍ଚାରେ । ସେ ମାସେ କି ଛଅ ମାସ ନୁହେଁ ଦୀର୍ଘ ଏକ ବର୍ଷ ଧରି ପକ୍ଷୀର ମୁଖା ପିନ୍ଧି ଜଙ୍ଗଲରେ ବସି ରହିଛନ୍ତି ।

ୟୁନିଭର୍ସିଟି ଅଫ୍ ଟୋକିଓର ଆସୋସିଏଟ ପ୍ରଫେସର ତୋସିଟାକା ସୁଜୁକି ତାଙ୍କର ଜଣେ ସହକର୍ମୀଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫଟୋରେ ସେ ମୁହଁରେ ପକ୍ଷୀର ମୁଖା ପିନ୍ଧି ନାଗୋନା ପ୍ରିଫେକ୍ଚର ଜଙ୍ଗଲରେ ବସିଥିବା ନଜର ଆସିଛନ୍ତିି । ପ୍ରଫେସର ସୁଜୁକି କହିଛନ୍ତି ଯେ, ତାଙ୍କ ସାଥୀ ପ୍ରଫେସର ପକ୍ଷୀଙ୍କ ସହିତ ସାଙ୍ଗ ହେବାକୁ ଚାହାନ୍ତି । ସେଥିପାଇଁ ସେ ଜଙ୍ଗଲକୁ ପକ୍ଷୀର ମୁଖା ପିନ୍ଧି ଯାଇଥାନ୍ତି । ଏହାଦ୍ୱାରା ସେ ପକ୍ଷୀଙ୍କୁ ତାଙ୍କ ପାଖକୁ ଆକର୍ଷିତ କରିଥାନ୍ତି । ସେ ମାସେ କି ୬ ମାସ ନୁହେଁ, ବର୍ଷେ ହେଲାଣି ଏପରି ପକ୍ଷୀ ମୁଖା ପିନ୍ଧି ପକ୍ଷୀଙ୍କ ପାଖକୁ ଯାଉଛନ୍ତି ।

ଏହା ମଧ୍ୟରେ ସେ ଜାଣିବାକୁ ପାଇଛନ୍ତି ଯେ, ପକ୍ଷୀଙ୍କ ଭିତରେ କିଛି ଏପରି ପ୍ରଜାତିର ଅଛନ୍ତି, ଯେଉଁମାନେ ମଣିଷଙ୍କୁ ଚିହ୍ନି ପାରନ୍ତି । ସେତେବେଳେ ଏକ ଅଲଗା ପ୍ରକାରର ଶବ୍ଦ ବାହାର କରନ୍ତି । ସେଥିପାଇଁ ପ୍ରଫେସର ପକ୍ଷୀର ମୁଖା ପିନ୍ଧି ଜଙ୍ଗଲକୁ ଆସନ୍ତି । ଏପରି କରି ପକ୍ଷୀଙ୍କ ସହିତ ସାଙ୍ଗ ହୋଇ ତାଙ୍କ ଶବ୍ଦକୁ ଅଧ୍ୟୟନ କରିବାକୁ ଚାହାନ୍ତି । ହେଲେ ସେ ଏଥିରେ ସଫଳ ହେଲେନି । ସେ ପକ୍ଷୀଙ୍କ ମୁଖା ପିନ୍ଧି ଯେତେବେଳେ ସେମାନଙ୍କ ପାଖକୁ ଯାଆନ୍ତି, ସେତେବେଳେ ସେମାନେ ତାଙ୍କୁ ଚିହ୍ନି ପାରି ଚିନ୍ତାଜନକ ଶବ୍ଦ ବାହାର କରନ୍ତି ।

 

Comments are closed.