Latest Odisha News

ଚାକିରି କରାଇଦେବା ନାଁରେ ୫୩ ଲକ୍ଷ ଟଙ୍କାର ଠକେଇ, ଯୁବତୀଙ୍କ ସମେତ ୬ ଜଣ ଗିରଫ

କଟକ: ଚାକିରି କରାଇଦେବା ନାଁରେ ଠକେଇ। ପରୀକ୍ଷାର୍ଥୀଙ୍କଠାରୁ ପ୍ରାୟ ୫୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ଯୁବତୀଙ୍କ ସମେତ ଜାଲ ଚାକିରି ନିଯୁକ୍ତି ଗ୍ୟାଙ୍ଗର ୬ ଜଣ ସଦସ୍ୟ ଗିରଫ। ରବିବାର କଟକରୁ କମିସନରେଟ୍ ପୁଲିସ ଏହି ଠକେଇ ଗ୍ୟାଙ୍ଗକୁ ଗିରଫ କରିଛି।

ମୁଖ୍ୟ ଅଭିଯୁକ୍ତର ନାଁ ସଞ୍ଜୟ କୁମାର ନାୟକ। ଓପିଟିସିଏଲ୍ ଅଧିକାରୀ ପରିଚୟ ଦେଇ ସେ ଚାକିରି ଆଶାୟୀଙ୍କୁ ଠକିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ଠକେଇର ଶିକାର ହୋଇଥିବା ପରୀକ୍ଷାର୍ଥୀଙ୍କ ଅନେକ ଅଭିଯୋଗକୁ ଭିତ୍ତି କରି ଦରଘା ବଜାର ଥାନା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନକଲି ନିୟୁକ୍ତିଦାତା ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୦ ଲକ୍ଷ ଟଙ୍କାର ସୁନା, ନକଲି ନିଯୁକ୍ତି ପତ୍ର, ୬ଟି ମୋବାଇଲ, ଗୋଟିଏ କାର୍ ଓ ୪ଟି ବାଇକ୍ ଜବତ ହୋଇଛି।

ସେମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବହୁ ଯୁବକଙ୍କୁ ଠକିଛନ୍ତି ଏବଂ ଫେରାର ଥିବା ଗ୍ୟାଙ୍ଗର ଆଉ ଦୁଇ ଜଣ ସଦସ୍ୟଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଅତିରିକ୍ତ ଡିସିପି ଅନିଲ ମିଶ୍ର ସୂଚନା ଦେଇଛନ୍ତି।

Comments are closed.