ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ବକ୍ସ ଅଫିସରେ ନୂଆ ରେକର୍ଡ କରୁଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦୦ କୋଟି ବ୍ୟବସାୟ କରିସାରିଲାଣି । ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଫିଲ୍ମକୁ ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି । ଫିଲ୍ମର ସଫଳତାକୁ ନେଇ ନିକଟରେ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା, ଯେଉଁଥିରେ ବଲିଉଡ଼ର ଅନେକ କଳାକାର,ଡ଼ାଇରେକ୍ଟର, ପ୍ରଯୋଜକଙ୍କ ସମତେ ଅନେକ ବିଶିଷ୍ଠ ବ୍ୟକ୍ତି ସାମିଲ ହୋଇଥିଲେ । ଏହି ପାର୍ଟିର ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଏହି ପାର୍ଟିରେ ସାରା ଅଲି ଖାନ ଏବଂ ତାଙ୍କର ଏକ୍ସ ବୟଫ୍ରେଣ୍ଡ କାର୍ତ୍ତିକ ଆର୍ଯ୍ୟନ ଏକାଠି ନଜର ଆସିଥିଲେ । ପାର୍ଟିରୁ ବାହାରିବା ସମୟରେ ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ । ଏହି ସମୟ ମଧ୍ୟରେ କାର୍ତ୍ତିକଙ୍କ ସହ କ୍ରିତି ସାନନ ଉପସ୍ଥିତ ଥିଲେ । ସାରା ମଧ୍ୟ କ୍ରିତିକୁ ଆଲିଙ୍ଗନ କରି ବିଦାୟ ନେଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ‘ଲଭ ଆଜ କଲ’ର ସୁଟିଂ ସମୟରେ ସାରା ଏବଂ କାର୍ତ୍ତିକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା । କିନ୍ତୁ କିଛି ମାସ ପରେ ସେମାନଙ୍କର ବ୍ରେକଅପ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଏବେ ଏହି ଯୋଡ଼ିଙ୍କୁ ଏକାଠି ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
Comments are closed.