Latest Odisha News

ପୂର୍ବତନ ପ୍ରେମିକାଙ୍କ ଅଫିସ ନିକଟରେ ‘ଅଫିସ୍ ସ୍ପେସ୍‌’ କିଣିଲେ କାର୍ତ୍ତିକ

ମୁମ୍ବାଇ: ପୂର୍ବତନ ପ୍ରେମିକାଙ୍କ ଅଫିସ ନିକଟରେ ‘ଅଫିସ୍ ସ୍ପେସ୍‌’ କିଣିଲେ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ସେ ମୁମ୍ବାଇରେ ୧୦ କୋଟି ଟଙ୍କାର ଏକ ‘ଅଫିସ୍ ସ୍ପେସ୍‌’ କିଣି ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାର୍ତ୍ତିକ ତାଙ୍କ ପୂର୍ବତନ ପ୍ରେମିକା ସାରା ଅଲ୍ଲୀ ଖାନ୍‌ଙ୍କ ଅଫିସ୍‌କୁ ଲାଗିକରି ଥିବା ଏକ ‘ଅଫିସ୍ ସ୍ପେସ୍‌’କୁ ନିଜ ନାମରେ କିଣିଛନ୍ତି । କାର୍ତ୍ତିକଙ୍କ ନୂତନ କାର୍ଯ୍ୟାଳୟ ମଧ୍ୟ ସେହି ମହଲାରେ ଅଛି ଯେଉଁଠାରେ ତାଙ୍କର ପୂର୍ବ ପ୍ରେମିକା ସାରା ଅଲୀ ଖାନଙ୍କ ଅଫିସ୍ ରହିଛି । ଏହା ମୁମ୍ବାଇର ବୀରା ଦେଶାଇ ରୋଡରେ ଥିବା ‘ସିଗ୍‌ନେଚର ବିଲଡିଂ’ରେ ରହିଛି । କାର୍ତ୍ତିକଙ୍କ କାର୍ଯ୍ୟାଳୟ ଟାୱାରର ଚତୁର୍ଥ ମହଲାରେ ଅଛି ଏବଂ ଏହାର ଦାମ ୧୦ କୋଟି ଟଙ୍କା । କାର୍ତ୍ତିକ ଷ୍ଟାମ୍ପ ଫି ଭାବେ ୪୭.୫୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

କାର୍ତ୍ତିକ ଅନେକ ଫିଲ୍ମରେ ଅଭିନୟ କରି ଲୋକପ୍ରିୟ ହୋଇପାରିଛନ୍ତି । ନିକଟରେ ସେ ‘ସତ୍ୟପ୍ରମ କି କଥା’, ‘ଶେହଜାଦା’, ‘ଭୁଲ୍ ଭୁଲେୟା-୨’ ଆଦି ବ୍ଲକବଷ୍ଟର ଫିଲ୍ମରେ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି । ଏହାଛଡ଼ା କାର୍ତ୍ତିକ ନିଜର ବିଳାସମୟ ଜୀବନଶୈଳୀ ପାଇଁ ବି ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି ।

ଗତ ଜୁଲାଇରେ ଏହି ମହଲାରେ ସାରା ନିଜର ‘ଅଫିସ୍ ସ୍ପେସ୍‌’ କିଣିଥିଲେ । ସାରା ଏହାକୁ ମୂଲ୍ୟ ୯ କୋଟି ଟଙ୍କାରେ କିଣିଥିଲେ । ଷ୍ଟାମ୍ପ୍ ଫି ଭାବେ ସେ ଦେଇଥିଲେ ୪୧.୦୧ ଲକ୍ଷ ଟଙ୍କା ।

ଯଦିଓ ସାରା ଅଲୀ ଖାନ ଏବଂ କାର୍ତ୍ତିକଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ବହୁ ପୂର୍ବରୁ ଶେଷ ହୋଇସାରିଛି, ତଥାପି ଦୁହେଁ ପରସ୍ପରଙ୍କ ସହ ଯୋଗାଯୋଗରେ ଅଛନ୍ତି । ନିକଟରେ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’ର ସଫଳତା ପାର୍ଟିରେ ଦୁହେଁ ପରସ୍ପରଙ୍କୁ ଆଲିଙ୍ଗନ କରିଥିବାର ଦେଖିବାକୁ ମିଳିଥିଲା ।

Comments are closed.