Latest Odisha News

BREAKING NEWS

ଓସିଏ ଆୟୋଜିତ କରିବ ଭୈରବ ମହାନ୍ତି ମେମୋରିଆଲ ଟି୨୦

କଟକ: ଓଡିଶା କ୍ରିକେଟ ଆସୋସିଏଶନ ଆନ୍ତଃ ରାଜ୍ୟ ଭୈରବ ମହାନ୍ତି ମେମୋରିଆଲ ଟି୨୦ ଟୁର୍ଣ୍ଣାମେଂଟ ଆୟୋଜିତ କରିବାକୁ ଯାଉଛି । ବାରବାଟୀ ଷ୍ଟାଡିୟମରେ ସେପ୍ଟମ୍ବର ୧୫ରୁ ୨୨ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଓଡିଶାର ୨ଟି ଟିମ ଓଡିଶା ଏ ଓ ବି ଏଥିରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ଆସାମ, ହିମାଚଳ ପ୍ରଦେଶ, କେରଳ, ହାଇଦ୍ରାବାଦ, ଝାଡଖଣ୍ଡ ଓ ଛତିଶଗଡ ଟାଇଟଲ ହାସଲ ପାଇଁ ସଂଘର୍ଷ କରିବେ । ରିୟାନ ପରାଗ, ଶାହାବାଜ ନଦୀମ, ବାସିଲ ଥାମ୍ପି ଓ ସୌରଭ ତିୱାରୀଙ୍କ ପରି ଖେଳାଳି ଏଥିରେ ଖେଳିବେ । ୨ଟି ଗ୍ରୁପରେ ସମସ୍ତ ଟିମକୁ ଭାଗ କରାଯାଇଛି । ପ୍ରତ୍ୟେକ ଗ୍ରୁପରୁ ୨ଟି ଲେଖାଁଏ ଟିମ ସେମିଫାଇନାଲକୁ ଉନ୍ନୀତ ହେବେ ।

ଚାମ୍ପିୟନ ଦଳକୁ ୧୦ ଲକ୍ଷ ଓ ରନର୍ସଅପ ଟିମକୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ବାବଦକୁ ପ୍ରଦାନ କରାଯିବ । ସେହିପରି ମ୍ୟାନ ଅଫ ଦି ମ୍ୟାଚ ପାଇଁ ୧୦,୦୦୦ ଓ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ରାଶି ରଖାଯାଇଛି । ସ୍ପୋର୍ଟ୍ସ ଆଡମିନିଷ୍ଟ୍ରେଟର ଭୈରବ ଚନ୍ଦ୍ର ମହାନ୍ତିଙ୍କ ନାମରେ ଏହି ଟୁର୍ଣ୍ଣାମେଂଟ ଆୟୋଜିତ କରାଯାଉଛି ।

Comments are closed.