Latest Odisha News

କେନ୍ଦ୍ର ସରକାରଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ, ଭାରତ ମଣ୍ଡପମ୍‌ରେ ପାଣି ଜମିଥିବା ଭିଡିଓ ସେୟାର କଲା କଂଗ୍ରେସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଭରତ ମଣ୍ଡପମଠାରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଆଜି ଏହି ସମ୍ମିଳନୀର ଦ୍ୱିତୀୟ ତଥା ଶେଷ ଦିନ ଥିଲା। ସମ୍ମିଳନୀ ମଧ୍ୟରେ ଗତକାଲି ରାତିରୁ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ହୋଇଛି, ଯାହା ପରେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ବର୍ଷା ଯୋଗୁଁ ଭରତ ମଣ୍ଡପମ ପରିସର ମଧ୍ୟ ଜଳବନ୍ଦୀ ହୋଇଥିବାର ଦାବି ହେଉଛି। ନବନିର୍ମିତ ଭାରତ ମଣ୍ଡପମ୍‌ରେ ପାଣି ଜମିଥିବାର ଏକ ଭିଡିଓ ସେୟାର କରି କେନ୍ଦ୍ର ସରକାରଙ୍କ ବିକାଶ ପଦାରେ ପଡ଼ିଲା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

୨,୭୦୦ କୋଟି ଟଙ୍କା ବ୍ୟୟରେ ଜି୨୦ ପାଇଁ ନିର୍ମିତ ହୋଇଥିବା ଭାରତ ମଣ୍ଡପମ୍‌ ବର୍ଷା ପାଣିରେ ଜମିଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହା ଅନ୍ତର୍ଜାତୀୟ ଜାତୀୟତାବାଦୀ ଷଡ଼ଯନ୍ତ୍ର ବୋଲି କଂଗ୍ରେସ କହିଛି। ଅନ୍ୟପକ୍ଷେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଏକ ରାଲିକୁ ସମ୍ବୋଧନ କରିବା ଅବସରରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭାରତ ମଣ୍ଡପମ୍‌ର ନିମ୍ନମାନର କାମକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଜି-୨୦ ଶିଖର ସମ୍ମିଳନୀକୁ ମହାନ କରିବା ଉଦ୍ଦେଶ୍ୟରେ ମୋଦୀ ସରକାର ଭାରତ ମଣ୍ଡପମ ନିର୍ମାଣ କରିଥିଲେ। ଏହା ଅନନ୍ୟ ଏବଂ ରୂପରେ ବହୁତ ଆକର୍ଷଣୀୟ। ଭାରତର ବୈଷୟିକ ସଫଳତା ମଧ୍ୟ ଭାରତ ମଣ୍ଡପରେ ପ୍ରଦର୍ଶିତ ହୋଇଛି। ଜି-୨୦ରେ ଯୋଗ ଦେଇଥିବା ଅତିଥିମାନେ ଭାରତର ବୈଜ୍ଞାନିକ ବିକାଶ ଏବଂ ଭାରତ ପାଭିଲିୟନରେ ଏହାର ଐତିହ୍ୟକୁ ପ୍ରଶଂସା କରିଛନ୍ତି।

ସୂଚନାଥାଉକି, ଦିଲ୍ଲୀର ପ୍ରଗତି ମୈଦାନରେ ଭାରତ ମଣ୍ଡପାମରେ ଏକ ସେମିନାର ହଲ୍ ନିର୍ମାଣ କରାଯାଇଛି ଯେଉଁଥିରେ ୫୦୦ ଜଣ ଲୋକ ବସିପାରିବେ। ଏହା ବ୍ୟତୀତ ଏଥିରେ କର୍ମଶାଳା, ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ସୁବିଧା ଅନ୍ତର୍ଭୁକ୍ତ। କର୍ମଶାଳା ହଲରେ ୧୦୦ ଜଣ ଲୋକ ବସିପାରିବେ।

Comments are closed.