Latest Odisha News

BREAKING NEWS

ମରକ୍କୋ ଭୂମିକମ୍ପ, ୩ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଦୋହଲି ଯାଇଛି ଆଫ୍ରିକୀୟ ଦେଶ ମରକ୍କୋ । ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭୂକମ୍ପ କାରଣରୁ ଏବେ ସୁଦ୍ଧା ୩୦୦୦ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅନେକ ବଡ ବଡ ଅଟ୍ଟାଳିକା ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି । ଏବେ ବି ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ୬ ଦଶନ୍ଧି ମଧ୍ୟରେ ଦେଶରେ ଏହା ସବୁଠୁ ଭୟାନକ ଭୂମିକମ୍ପ ବୋଲି କୁହାଯାଉଛି । ଭୁମିକମ୍ପ ପୀଡିତଙ୍କୁ ଉଦ୍ଧାର କରିବା ଲାଗି ସ୍ପେନ , ବ୍ରିଟେନ ଏବଂ କତର ଟିମ୍ ଲାଗିଛନ୍ତି । ବହୁ ଜୀବିତ ଲୋକମାନେ ୩ ଦିନ ହେଲାଣି ରାସ୍ତା ଉପରେ କଟାଉଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ବିଳମ୍ବିତ ରାତି ୧୧ଟା ୧୧ ସମୟରେ ମରକ୍କୋରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦେଶର କାସାବ୍ଲାଙ୍କା ଠାରୁ ମାରାକେଶ୍ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଏହି ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ ହୋଇଥିଲା  । ଭୂମିକମ୍ପ ଯୋଗୁ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ବହୁ ବଡ ବଡ କୋଠା ମଧ୍ୟ ଭୁଶୁଡି ପଡିଛି ।

ଏହି ଭୂକମ୍ପ ଅନେକଙ୍କୁ ବାସହରା କରିଦେଇଥିବାବେଳେ, ଯେଉଁମାନେ ବର୍ତି ଯାଇଛନ୍ତି ସେମାନେ ବି ଘର ଭିତରକୁ ଯିବାକୁ ସାହାସ କରିପାରୁନାହାନ୍ତି । ରାସ୍ତାକଡରେ ୪ଦିନ ଧରି ଭୋକ ଉପାସରେ ବସି ରହିଥିବାର ଦେଖିବାକୁ ମିଳିଛି । ଆଜି ପର୍ଯ୍ୟନ୍ତ ଏହା ଦେଶରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି କୁହାଯାଉଛି । ଏପଟେ ଜୋରସେୋରରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

 

Comments are closed.