Latest Odisha News

BREAKING NEWS

ବର୍ଷା ଯୋଗୁ ନଦୀରେ ଫସିଗଲା ବସ: ଥିଲେ ୫୩ ଯାତ୍ରୀ

ହରିଦ୍ୱାର: ସାରା ଦେଶରେ ଲାଗି ରହିଛି ବର୍ଷାବିତ୍ପାତ । ପାହାଡ ଉପରେ ଲଗାତାର ବର୍ଷା ଯୋଗୁ ନଦୀମାନଙ୍କର ଜଳସ୍ତର ବଢିା ନଦୀ ଭିତରେ ଫସିଗଲା ଏକ ବସ । ବସରେ ୫୩ ଜଣ ଯାତ୍ରୀ ଥିବା ଜଣାଯାଇଛି  । ହରିଦ୍ୱାର-ବିଜନୌର ବର୍ଡରରେ ଭାରତ-ନେପାଳ ମୈତ୍ରୀ ବସ ଫସି ଯାଇଛି । ଖବର ପାଇ ସ୍ଥାନୀୟ ପୋଲିସ ଓ ଏସଡିଆରଏଫଡର ଏକ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଲୋକଙ୍କୁ ଉଦ୍ଧାର କରିବା କାମ ଚାଲୁ ରିହଛି । ତେବେ କୌଣସି ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆ ଯାଇଛି । କେହି ମୃତାହତ ହୋଇ ନାହାନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

କୁହାଯାଉଛି,  ହରିଦ୍ୱାର-ବିଜନୌର ସୀମାରେ ଥିବା କୋଟାବାଲି ନଦୀର ବନ୍ଧ ମଧ୍ୟ ଧସି ଯାଇଛି । ବଡବଡ ଗାଡି ଯିବା ପାଇଁ ଅସ୍ଥାୟୀ ପୋଲି ନିର୍ମାଣ କରାଯାଇଛି । ଭାରତ ନେପାଳ ମୈତ୍ରୀ ବସ ଶୁକ୍ରବାର ସକାଳୁ ଏହି ଅସ୍ଥାୟୀ ପୋଲି ଦେଇ ଯିବାବେଳେ ନଦୀର ଜଳସ୍ତର ବୃଦ୍ଧି ଘଟିଲା । ଫଳରେ ବସଟି ନଦୀରେ ଫସି ଯାଇଥିଲା । ଗତ କିଛି ଦିନ ପୂର୍ବରୁ ଏହି ନଦୀରେ ଫସି ଯାଇଥିଲା । ଏହି ବସରେ କେବଳ ନେପାଳର ଯାତ୍ରୀ ହିଁ ଥିଲେ ।

ସୂଚନାଥାଉ କି , ହରିଦ୍ୱାର ସମେତ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଡେରାଡୁନ, ହରିଦ୍ୱାର କୋଟଦ୍ୱାର ଏବଂ ଟିହରିରେ  ପ୍ରବଳ ବର୍ଷା ଛେଚୁଛି । ଶୁକ୍ରବାର ଏବଂ ଶନିବାର ପାଇଁ ଉତ୍ତରାଖଣ୍ଡର ସମସ୍ତ  ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Comments are closed.