ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ। ଓଁ ନମୋ ଭାଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ “ଅବକାଶ ନୀତି ” ଆଲୋଚନା ଭିତରେ ଆମେ ଶ୍ରୀଜୀଉମାନଙ୍କ ମୁଖ ଧୌତ, ଦନ୍ତମାର୍ଜନ ଓ ଜିଭ ଛେଲିବା କାର୍ଯ୍ୟ ସମ୍ପାଦନ କରିସାରିଲେଣି। ଠିକ ମାନବୀୟ ଲୀଳା ପରି ଦନ୍ତମାର୍ଜନ ପରେ ପରେ ପୁଣି ମୁଖ ଭିତର ଓ ବାହାର ଧୌତ କରିବାର ପ୍ରକ୍ରିୟା କରିବା ଦରକାର। ତେଣୁ ପୁନଃ ଦ୍ୱାଦଶ ଗଣ୍ଡୁଷ ଜଳ ପ୍ରଦାନ କରି ଏହି କ୍ରିୟା ସମ୍ପାଦନ କରିବା ଆବଶ୍ୟକ। ତାପରେ ସ୍ନାନ ମନ୍ତ୍ର ପାଠ “ଆଗଛ ଦେବଦେବେଶ ସ୍ନାନାର୍ଥଂ ସୁର ସେବିତ, ତ୍ବୟୀ ସଂସ୍ନାପିତେ ଦେବ ଜଗତଃ ଶାନ୍ତିରସ୍ତୁ ଭୋ। “ମୁଖ୍ୟତଃ ଏହା ଆବାହନ ମନ୍ତ୍ର। ସାଧାରଣତଃ ଶ୍ରୀଜୀଉମାନଙ୍କୁ ପ୍ରତ୍ୟେକ ବିଧି ପୂର୍ବରୁ ଆରାଧନା ଅବା ଆବାହନ କରିବା ଦରକାର। ଏହା ପରେ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଥିବା ଧାତୁ ବିମ୍ବରେ ବା ଦର୍ପଣରେ ତାଙ୍କର ପ୍ରତିବିମ୍ବକୁ ଅବୋଲୋକନ କରି, ସେହି ପ୍ରତିବିମ୍ବଙ୍କୁ ସଂଗୃହୀତ ସୁବାସିତ ତଥା ସଂସ୍କାରିତ ଜଳରେ ସ୍ନାନ କରାଇବେ। କେବଳ ସେତିକି ନୁହେଁ ପ୍ରତ୍ୟେକ ସ୍ନାନ ଯୋଗ୍ୟ ବସ୍ତୁକୁ ସମର୍ପଣ ପୂର୍ବରୁ ବୀକ୍ଷଣାଦି ଦ୍ୱାରା ସଂସ୍କାର କରିବା ନିତ୍ୟାନ୍ତ ଆବଶ୍ୟକ ଅନେକ କ୍ଷେତ୍ରରେ କେବଳ ସୁବାସିତ ଜଳ ନୁହେଁ କିଛି ଅନ୍ୟ ପଦାର୍ଥରେ ମଧ୍ୟ ସ୍ନାନ କାରାଯାଏ। ଯଥା :- ସରକ୍ଷୀର ସ୍ନାନ, ଦହି ସ୍ନାନ, ଘୃତ ସ୍ନାନ, ମହୁ ସ୍ନାନ ଓ ଗୁଡ଼/ଛାଚି /ସର୍କରା ସ୍ନାନ ଅଥବା ଏସବୁକୁ ଏକାଠି ମିଶାଇ ପଞ୍ଚାମୃତ ସ୍ନାନ କାରାଯାଏ।
ଆଗାମୀ ଅଧ୍ୟାୟରେ ଏହାକୁ ସ୍ୱତନ୍ତ୍ର ମନ୍ତ୍ର ସହିତ ଆଲୋଚନା କରିବା ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।
ମାତା ଭଗିନୀ କନ୍ୟା ମେଳେ
କେବେ ହେଁ ନଥିବ ନିରୋଳେ।
ମନ ଯେ ଇନ୍ଦ୍ରିୟଙ୍କ ଗ୍ରାମ
ବଳେ ତାହାଙ୍କୁ ନାହିଁ ସମ।
ଜୟ ଜଗନ୍ନାଥ (ଦ. ତ୍ରି.
Comments are closed.