Latest Odisha News

ମହାଦେବ ବେଟିଂ ଆପ ସ୍କାମ: ଟାଇଗର, ସନୀଙ୍କ ସମେତ ୧୭ ସେଲିବ୍ରେଟିଙ୍କୁ ପଚରା ଉଚରା କରିବ ଇଡି

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ ସ୍କାମ ଘଟଣାରେ ଟାଇଗର ଶ୍ରଫ, ସନୀ ଲିୟୋନୀଙ୍କ ସମେତ ୧୭ଜଣ ସେଲିବ୍ରେଟିଙ୍କୁ ଇଡି ପଚରାଉଚରା କରିବ । ୫ ହଜାର କୋଟି ଟଙ୍କାର ମନି ଲଣ୍ଡ୍ରିଂ କେସରେ ଦୁବାଇରୁ ଅନଲାଇନ ବେଟିଂ ଆପ ମାଧ୍ୟମରେ ସୌରଭ ଚନ୍ଦାକର ଓ ତାଙ୍କ ବିଜନେସ ପାର୍ଟନର ରବି ଉପ୍ପଲଙ୍କୁ ବିରୋଧରେ ଏବେ ଯାଂଚ ଚାଲିଛି । ଚଳିତ ବର୍ଷ ଫେବୃୟାରୀରେ ସୌରଭ ତାଙ୍କ ବିବାହରେ ୨୦୦ କୋଟି ଟଙ୍କା ପାଣି ଭଳି ଉଡାଇଥିଲେ । ହାୱାଲା ମାଧ୍ୟମରେ ଇଭେଂଟ କମ୍ପାନୀ ଓ ବଲିଉଡ ଷ୍ଟାରଙ୍କ ନିକଟକୁ ଅର୍ଥ ପଠା ଯାଇଥିଲା । ଦୁବାଇର ବିଳାସପୂର୍ଣ୍ଣ ହୋଟେଲରେ ଏହି ବାହାଘର ଆୟୋଜନ କରାଯାଇଥିଲା । ଇଭେଂଟ କମ୍ପାନୀ ଆର୧ ଏହାକୁ ଆୟୋଜନ କରିଥିଲା ।

ଯେଉଁ ଷ୍ଟାରମାନେ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଯାଇଥିଲେ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ଦିଆ ଯାଇଥିଲା । ରିପୋର୍ଟ ମୁତାବକ ଟାଇଗର ଶ୍ରଫ, ସନୀ ଲିୟୋନୀ, ନୁସରତ ଭରୁଚା, ନେହା କକ୍କଡ, ଅତିଫ ଅସଲମ, ରାହତ ଫତେ ଅଲୀ ଖାଁ, ଅଲୀ ଅସଗର, ବିଶାଳ ଦଦଲାନୀ, ଅଲୀ ଅବରାମ, ଭାରତୀ ସିଂ, ଭାଗ୍ୟଶ୍ରୀ, କୃତି ଖରବାନ୍ଦା, କୃଷ୍ଣା ଅଭିଷେକ ଓ ସୁଖୱିନ୍ଦର ସିଂ ରହିଛନ୍ତି । ସୌରଭଙ୍କ ମୁମ୍ବାଇସ୍ଥିତ ଅଫିସରେ ମଧ୍ୟ ଇଡି ତାର ତଦନ୍ତ ଆରମ୍ଭ କରିଛି ।

Comments are closed.