ଭୁବନେଶ୍ୱର: ନିଯୁକ୍ତି ପାଇଲେ କଂଗ୍ରେସ ଜିଲ୍ଲା ମୁଖ୍ୟ ମୁଖପାତ୍ର । ଏ ନେଇ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ପ୍ରେସ ରିଲିଜରେ ସୂଚନା ଦେଇଛନ୍ତି । ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲ୍ଲା ମୁଖ୍ୟମୁଖପାତ୍ର ମାନଙ୍କୁ ନିଯୁକ୍ତି ଦିଆଯାଇଥିବା କୁହାଯାଇଛି । ନବ ନିଯୁକ୍ତ ଜିଲ୍ଲା ମୁଖ୍ୟ ମୁଖପାତ୍ରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ବହେରା।a
ତାଲିକା ଅନୁଯାୟୀ, ଅନୁଗୁଳ ଜିଲ୍ଲା ପାଇଁ ଶ୍ରୀ ଗୋପାଳ ଚନ୍ଦ୍ର ନାଥ, ବାଲେଶ୍ୱର ପାଇଁ ସୁଧାଂଶୁ ଶେଖର ଜେନା, ଭଦ୍ରକ ପାଇଁ ଶୁଭେନ୍ଦୁ ରାୟ ମହାପାତ୍ର, ବରଗଡ଼ ପାଇଁ ସରୋଜ କୁମାର ଷଡ଼ଙ୍ଗୀ, ଭୁବନେଶ୍ୱର ପାଇଁ ଜୟଶ୍ରୀ ପାତ୍ର, ବଲାଙ୍ଗିର ପାଇଁ ଅଜୟ ବାଲି, ବୌଦ୍ଧ ପାଇଁ ଶାନ୍ତନୁ କୁମାର ମହାପାତ୍ର, କଟକପାଇଁ ଅଶୋକ କୁମାର ସ୍ୱାଇଁ, କଟକ ସହର ପାଇଁ ମାନସ ପରିଡ଼ାଙ୍କୁ ନିଯୁକ୍ତି ଦିଆଯାଇଛି ।
ସେହିପରି ଦେଓଗଡ଼ ପାଇଁ ମଞ୍ଜୁଳ କୁମାର ନାୟକ, ଢ଼େଙ୍କାନାଳ ପାଇଁ ନିର୍ମଳ କୁମାର ମିଶ୍ର, ଗଜପତି ପାଇଁ ସୂର୍ଯ୍ୟ ନାରାୟଣ ପାତ୍ର, ଜଗତସିଂହପୁର ପାଇଁ ହେମନ୍ତ ରଥ, ଯାଜପୁରପାଇଁ ବିଭୁତି ଭୂଷଣ ମହାପାତ୍ର, ଝାରସୁଗୁଡ଼ା ପାଇଁ ସୁବ୍ରତ ପ୍ରଧାନ, କଳାହାଣ୍ଡି ପାଇଁ ରଷି କାପୁର ସାହୁ, କନ୍ଧମାଳ ପାଇଁ ଘନ କୁମାର ଶବର, କେନ୍ଦୁଝର ପାଇଁ ସଂଗୀତା ସିଂ, ଖୋର୍ଦ୍ଧା ପାଇଁ ସୁନିଲ ରାଉତରାୟ, କୋରାପୁଟ ପାଇଁ ରୂପକ ତୁରୁକ, ମୟୁରଭଞ୍ଜ ପାଇଁ ଯୋଗେଶ ଅଗ୍ରୱାଲ,ମାଲକାନଗିରି ପାଇଁ ପର୍ଶୁରାମ ଭକ୍ତ, ନବରଙ୍ଗପୁରପାଇଁ ଦେବକାନ୍ତ ପଣ୍ଡା, ନୂଆପଡ଼ା ପାଇଁ ଅଭୟ ଶଙ୍କର ଯୋଶୀ, ନୟାଗଡ଼ ପାଇଁ ବୃନ୍ଦାବନ ନାୟକ, ପୁରୀ ପାଇଁ ସ୍ୱାଧୀନ କୁମାର ପଣ୍ଡା, ରାଉରକେଲା ପାଇଁ ଗିରିଜା ଶଙ୍କର ମିଶ୍ର, ସୁନ୍ଦରଗଡ ପାଇଁ କର୍ମବୀର ଦାସ ପ୍ରମୁଖ ଜିଲ୍ଲା ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି।
Comments are closed.