Latest Odisha News

BREAKING NEWS

ଭାରତୀୟ ସ୍ୱଚ୍ଛତା ଲିଗର ଦ୍ୱିତୀୟ ସଂସ୍କରଣରେ ୪୦୦୦ରୁ ଅଧିକ ସହରର ଟିମ୍ ସାମିଲ୍

ନୂଆଦିଲ୍ଲୀ: ଭାରତୀୟ ସ୍ୱଚ୍ଛତା ଲିଗ୍ (ଆଇଏସଏଲ୍) ର ଦ୍ବିତୀୟ ସଂସ୍କରଣରେ ୪୦୦୦ରୁ ଅଧିକ ସହର ଅଂଶଗ୍ରହଣ କରିବା ସହିତ ସ୍ୱଚ୍ଛ ଭାରତ ମିଶନ ସହରକୁ ନୂତନ ଗତି ମିଳିଛି। ଆଇଏସଏଲ୍ ସ୍ବଚ୍ଛତା ସହିତ ସାମିଲ୍ କାର୍ଯ୍ୟରେ ଯୁବକମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ସହର ମଧ୍ୟରେ ଯୁବକମାନଙ୍କ ନେତୃତ୍ବ ଥିବା ଏକ ଅଭିନବ ପଦକ୍ଷେପ ଅଟେ। ଆଇଏସଏଲର ଅଂଶ ଭାବରେ ଭିନ୍ନ ଭିନ୍ନ ସହରର ଟିମ ସ୍ବଚ୍ଛତା ଚାମ୍ପିୟନ ଭାବରେ ସମୁଦ୍ରତଟ, ପର୍ଯ୍ୟଟନ ସ୍ଥଳ ଏବଂ ପାହାଡ଼ ଗୁଡ଼ିକର ଉତ୍ସାହର ସହିତ ସଫା କରୁଛନ୍ତି।

ସ୍ବଚ୍ଛ ଭାରତ ମିଶନ- ସହର (ଏସବିଏମ-ୟୁ) ଅନ୍ତର୍ଗତ ୨୦୨୨ରେ ଆଇଏସଏଲର ଉଦ୍ଘାଟନି ସଂସ୍କରଣ ଆଜି ଏକ ବଡ଼ ସଫଳତାରେ ପ୍ରମାଣିତ ହୋଇଛି। ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ଏହି ଅଭିଯାନରେ ୫୦ ହଜାର ସ୍ବୟଂସେବକ ସାମିଲ୍ ହୋଇଛନ୍ତି। ସ୍ବଚ୍ଛତା ପକ୍ଷ–ସ୍ବଚ୍ଛତା ହିଁ ସେବା ୨୦୨୩ର ଆୟୋଜନ ୧୫ ସେପ୍ଟେମ୍ବର ରୁ ୨ ଅକ୍ଟୋବର ମଧ୍ୟରେ କରାଯାଉଛି। ୨ ଅକ୍ଟୋବରର ଏହି ଦିନ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସ୍ବଚ୍ଛ ଭାରତ ଦିବସ (ଏସବିଡି) ଭାବରେ ପାଳନ କରାଯାଉଛି। ଆଇଏସଏଲ୍, ସଫାଇ ମିତ୍ର ସୁରକ୍ଷା ଶିବିର ଏବଂ ସ୍ବଚ୍ଛତା ଦିବସ ଏହି ସ୍ବଚ୍ଛତା ପକ୍ଷ ଅନ୍ତର୍ଗତ ପରିଚ୍ଛନ୍ନତାର ଭିନ୍ନ ଭିନ୍ନ ଅଭିଯାନ ଅଟେ।

ଆଇଏସଏଲ୍ ୨.୦ ପାଇଁ ସହର ଗୁଡ଼ିକ ସିଟି ଟିମର ଆକର୍ଷଣୀୟ ନାମ ଚୟନ କରିଛନ୍ତି। ଏଥିପାଇଁ ଟିମର କ୍ୟାପଟେନ ଓ ଆମ୍ବାସଡରଙ୍କର ଯେଉଁ ନାମ ଚୟନ କରାଯାଇଛି ସେଥିରେ ରହିଛନ୍ତି ଶୀର୍ଷ ବ୍ୟାଡମିଣ୍ଟନ ଖେଳାଳୀ ପିଭି ସିନ୍ଧୁ, ପ୍ଲଗମ୍ୟାନ ରିପୁଦମାନ ବେଭଲି, ପେଡଲର ସ୍ବସ୍ତିକା ଘୋଷ, ରାମବୀର ତନୱର, ଡିଫେଣ୍ଡିଂ ଚାମ୍ପିୟନ ଚଣ୍ଡିଗଡ଼ ଚ୍ୟାଲେଞ୍ଜର୍ସ, ହୁନସର ହିରୋଜ୍, ଭିକଟାମସିଂହପୁରମ୍, ଦାନ୍ଦେଲି ସ୍ବଚ୍ଛତା ୱାରିୟର୍ସ, କୁସ୍ତାଗି ଚାମ୍ପିୟନ୍ସ ଓ ଆର୍ସିକେରେ ଆର୍ମି ପ୍ରଥମ ଟିମ୍ ଭାବରେ ପଞ୍ଜୀକୃତ ହୋଇଥିଲେ।

ସ୍ବଚ୍ଛତା ପାଇଁ ଜନ ଆନ୍ଦୋଳନ ଏବଂ ଆଇଏସଏଲ୍ ୨.୦ ର ଥିମ୍ ଉପରେ ସହରରେ ପ୍ରଭାବୀ ସ୍ବଚ୍ଛତା କାର୍ଯ୍ୟ ଆୟୋଜିତ କରାଯାଇଛି ଏବଂ ସୁନ୍ଦର ଚିତ୍ର ସ୍ଥାପିତ କରାଯାଇଛି। ଏହା ସହିତ ବିଭିନ୍ନ ପ୍ରକାର ମାନବ ଶୃଙ୍ଖଳ ପ୍ରସ୍ତୁତ କରାଯାଇଛି। ଭୋପାଳରେ ଯୋଗ ଦିବସ ଏପରି ସ୍ଥାନରେ ପାଳନ କରାଯାଇଛି ଯେଉଁଠାରେ ପୂର୍ବରୁ ଆବର୍ଜନା ଜମା କରାଯାଉଥିଲା। ଜନ ପ୍ରତିନିଧି, ଏନସିସି କ୍ୟାଡେଟ୍, ସ୍କାଉଟ୍ ତଥା ଗାଇଡ୍ ଏବଂ ଜନସାଧାରଣ ଏହି ପରିବର୍ତ୍ତିତ ଏବଂ ସ୍ବଚ୍ଛ ପରିବେଶରେ ଯୋଗ ଦିବସ ପାଳନ କରିବା ପାଇଁ ଏକାଠି ଆସିଛନ୍ତି।

କର୍ଣ୍ଣାଟକର ଦେବନଗରୀରେ ଭାରତର ଚିତ୍ର କରିବା ପାଇଁ ପ୍ରାୟ ୪୦୦୦ ପିଲାମାନେ ଏକ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ଗତ ଚାମ୍ପିୟନ ଟିମ୍ ଚଣ୍ଡିଗର୍ଡ଼ ଚ୍ୟାଲେଞ୍ଜର୍ସ ୧୦,୦୦୦ ଲୋକମାନଙ୍କୁ ଖାଦ୍ୟ ପ୍ରଦାନ ପାଇଁ ଏକ ଏସୟୁପି ମୁକ୍ତ ମହା ଲଂଗରର ଆୟୋଜନ କରିଛନ୍ତି ଯେତେବେଳେ କି ଆଲ୍ଲେପିରେ ହ୍ରଦର ପରିଚ୍ଛନ୍ନତା ପାଇଁ ‘ସେଭ୍ ଦ ଲେକ୍’ ନାମକ ଏକ ଜଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।
ଚଳିତ ସପ୍ତାହରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ୍ ହୋଇଥିଲେ ଏବଂ ନାଗରିକଙ୍କୁ ସ୍ବଚ୍ଛତା ପାଇଁ ଜନ ଆନ୍ଦୋଳନରେ ଭାଗ ନେବା ପାଇଁ ପ୍ରୋତ୍ସାହିତ କରିଛନ୍ତି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସ୍ବଚ୍ଛତା ହିଁ ସେବା ଅନ୍ତର୍ଗତ ୫ ଜଣ ସଫାଇ ମିତ୍ରଙ୍କୁ ସମ୍ମାନିତ କରିଛନ୍ତି ଏବଂ ଆଇଏସଏଲ୍ ୨.୦ ଟି ସାର୍ଟ ଓ ଟୋପି ମଧ୍ୟ ବିତରଣ କରାଯାଇଥିଲା।

ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂ ମଣିପୁରରେ ସ୍ବଚ୍ଛତା ହିଁ ସେବା ଅଭିଯାନର ଉଦ୍ଘାଟନ କରିଛନ୍ତି ଏବଂ ପ୍ରତ୍ୟେକ ନାଗରିକଙ୍କୁ ସ୍ବଚ୍ଛ ଭାରତ ପାଇଁ ଯୋଗଦାନ ଦେବା ନିମନ୍ତେ ଅନୁରୋଧ କରିଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ୧୦, ୫ ଓ ୨ କିଲୋମିଟର ଦୂରତାର ‘ସ୍ବଚ୍ଛତା ଲିଗ୍ ମାରାଥନ୍’ କୁ ସବୁଜ ପତାକା ଦେଖାଇ ଭାରତୀୟ ସ୍ବଚ୍ଛତା ଲିଗର ଶୁଭାରମ୍ଭ କରିଛନ୍ତି।

Comments are closed.