ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ କିଛି ଦିନ ହେବ ମହିଳାମାନଙ୍କୁ ଦେଖିବାକୁ ମିଳୁଛି । ନାରୀ ସଶକ୍ତିକରଣଙ୍କୁ ପ୍ରୋତ୍ସାହନ ଦେବା ସକାଶେ ଅନେକ ଅଭିନେତ୍ରୀମାନଙ୍କୁ ସଂସଦ ଭବନ ଭିତରକୁ ନିମନ୍ତ୍ରିତ କରାଯାଇଛି । ଏହି ଅବସରରେ ‘ଥ୍ୟାଙ୍କ୍ ୟୁ ଫର କମିଂ’ ଫିଲ୍ମର ସଦସ୍ୟାମାନଙ୍କୁ ବି ସଂସଦ ଭବନରେ ଦେଖିବାକୁ ମିଳିଥିଲା । ହେଲେ ଏହି ସଦସ୍ୟାମାନେ ଫିଲ୍ମ ପ୍ରମୋସନ ପାଇଁ ସଂସଦ ଭବନ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ଲୋକେ ନାପସନ୍ଦ କରିଛନ୍ତି ।
ଫିଲ୍ମ ଥ୍ୟାଙ୍କ୍ ୟୁ ଫର କମିଂରେ ଅଭିନେତ୍ରୀ ଶେହେନାଜ୍ ଗିଲ୍ଙ୍କ ସହ ଭୂମି ପେଡ୍ନେକର, ଡଲି ସିଂହ, ଶିବାନୀ ବେଦୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ନିକଟରେ ଏହି ଅଭିନେତ୍ରୀମାନେ ନୂଆ ସଂସଦ ଭବନ ବୁଲିବାକୁ ଯାଇଥିଲେ । ଆଉ ସମସ୍ତେ ଶାଢ଼ି ପିନ୍ଧି ଯାଇଥିଲେ । ଏମାନଙ୍କ ମଧ୍ୟରୁ ଭୂମି ଏବଂ ଶେହେନାଜ୍ଙ୍କ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ହେଲେ ଲୋକେ ସେ ଦୁହିଁଙ୍କୁ ଟ୍ରୋଲ୍ କରିଛନ୍ତି ।
କାରଣ ଗତ କିଛି ଦିନ ତଳେ ‘ଟିଫ୍ ଫିଲ୍ମ ଫେଷ୍ଟିଭାଲ୍’ରେ ଶେହେନାଜ୍ ଓ ଭୂମିଙ୍କୁ ଖୁବ୍ ବୋଲ୍ଡ ଅନ୍ଦାଜରେ ନଜର ଆସିଥିଲେ । ଏବେ ସେହି ଫଟୋ ସହ ଏହି ଫଟୋକୁ ତୁଳନା କରି ସୋସିଆଲ୍ ମିଡିଆ ବ୍ୟବହାରକାରୀ ଶେହେନାଜଙ୍କୁ ପରିହାସ କରିଛନ୍ତି । ଦେଖନ୍ତୁ କେତେ ସଂସ୍କାରୀ ହୋଇ ଆସିଛନ୍ତି’ ବୋଲି ଲେଖି କେହି କେହି ସମାଲୋଚନା କରିଛନ୍ତି । ତେବେ କେବଳ ଶେହେନାଜଙ୍କ ପୋଷାକ ପାଇଁ ନୁହେଁ; କେହି କେହି ସଂସଦ ଭବନରେ ଫିଲ୍ମ ପ୍ରମୋସନ କରିବାକୁ ଆସିଥିବା ଅଭିଯୋଗ ଆଣି ବି ଆପତ୍ତଉଠାଇଛନ୍ତି ।
Comments are closed.