ହାଙ୍ଗଝୋଉ: ଭାରତୀୟ ଫୁଟବଲ ଟିମ ୧୩ ବର୍ଷ ପରେ ଏସିଆନ ଗେମ୍ସର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ରବିବାର ଭାରତ ଚମତ୍କାର ପ୍ରଦର୍ଶନ କରି ମ୍ୟାନମାର ସହ ମ୍ୟାଚ ୧-୧ରେ ଡ୍ର ରଖିଥିଲା । ୨୩ତମ ଦଳର ଷ୍ଟାର ଖେଳାଳି ସୁନୀଲ ଛେତ୍ରୀ ଭାରତ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ୭୪ତମ ମିନିଟରେ ବିପକ୍ଷ ଦଳର କିୟା ହତୱେ ଗୋଲ କରିବା ଯୋଗୁ ମ୍ୟାଚ ଡ୍ର ହୋଇଥିଲା । ପ୍ରିକ୍ୱାର୍ଟରରେ ଭାରତର ମୁକାବିଲା ସାଉଦି ଆରବ ସହ ହେବ । ଟୁର୍ଣ୍ଣାମେଂଟରେ ମ୍ୟାନମାର ତୁଳନାରେ ଭାରତ ଅଧିକ ଗୋଲ ସ୍କୋର କରିଥିବା ପଂଏଟ ଥିବା ସମାନ ଥିବା ସତ୍ୱେ ଟିମ ଇଣ୍ଡିଆ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ।
ଚଳିତ ସିଜନରେ ଭାରତୀୟ ଫୁଟବଲ ଟିମ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ସାଫ ଚାମ୍ପିୟନଶିପ ଓ ଇଂଟରକଂଟିନେଟାଂଲ ଜିତି ଦେଶର ନାମ ବଢ଼ାଇଛନ୍ତି । ଏଥର ଭାରତୀୟ ଫୁଟବଲ ଟିମଠାରୁ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଆଶା କରାଯାଉଛି ।
Comments are closed.