Latest Odisha News

ଇନ୍ଦୋରରେ ଆୟୋଜନ ହେବ ‘ଇଣ୍ଡିଆ ସ୍ମାର୍ଟ ସିଟିଜ୍ କନକ୍ଲେଭ୍ ୨୦୨୩’

ନୂଆଦିଲ୍ଲୀ: ଇଣ୍ଡିଆ ସ୍ମାର୍ଟ ସିଟିଜ୍ ପୁରସ୍କାର ପ୍ରତିଯୋଗିତା (ଆଇଏସଏସି) ୨୦୨୨ ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ରୀୟ ଆବାସ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର ୨୬-୨୭ ସେପ୍ଟେମ୍ବର ୨୦୨୩ ରେ ବ୍ରିଲିଆଣ୍ଟ କନଭେନ୍ସନ ସେଣ୍ଟର, ଇନ୍ଦୋର (ମଧ୍ୟ ପ୍ରଦେଶ) ରେ ‘ଇଣ୍ଡିଆ ସ୍ମାର୍ଟ ସିଟିଜ୍ କନକ୍ଲେଭ୍ ୨୦୨୩’ ର ଆୟୋଜନ କରୁଛି। ଏହି କନକ୍ଲେଭରେ ସେହି ସମସ୍ତ ୧୦୦ସ୍ମାର୍ଟ ସହରର ଅଂଶଗ୍ରହଣ ଦେଖାଯିବ ଯେଉଁମାନେ ସହର ବିକାଶରେ ସବୁଠାରୁ ଆଗରେ ରହି ସହରର ବିକାଶ ପ୍ରକ୍ରିୟାରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନର ନେତୃତ୍ୱ ନେଉଛନ୍ତି।

ଏହି ଆୟୋଜନ ଦେଶରେ ସହରୀ ପରିବର୍ତ୍ତନର ଭବିଷ୍ୟତ ପାଇଁ ରୋଡମ୍ୟାପ ନିଶ୍ଚିତ କରିବାରେ ସହାୟତା ପ୍ରଦାନ କରିବା ପାଇଁ ଏକ ମିଶନ୍ ଅନ୍ତର୍ଗତ କରାଯାଇଥିବା ଅନୁକରଣୀୟ କାର୍ଯ୍ୟକୁ ପ୍ରଦର୍ଶିତ କରିବା ଦିଗରେ ଏକ ମଞ୍ଚ ପ୍ରଦାନ କରିବ। ଦ୍ରୌପଦୀ ମୁର୍ମୁ ୨୭ସେପ୍ଟେମ୍ବରରେ ଇଣ୍ଡିଆ ସ୍ମାର୍ଟ ସିଟିଜ୍ ପୁରସ୍କାର ପ୍ରତିଯୋଗିତା ଆଇଏସଏସି ୨୦୨୨ର ଚତୁର୍ଥ ସଂସ୍କରଣର ବିଜେତାମାନଙ୍କୁ ସମ୍ମାନିତ କରିବେ। ଏହି ପ୍ରତିଯୋଗିତାର ଆୟୋଜନ କେନ୍ଦ୍ରୀୟ ଆବାସ ଏବଂ ସହରୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ବର୍ଷ ୨୦୧୮ରୁ ସ୍ମାର୍ଟ ସିଟିଜ୍ ମିଶନ ଅନ୍ତର୍ଗତ କରାଯାଉଛି। ଏହି ମିଶନ୍ ଅନ୍ତର୍ଗତ ଆରମ୍ଭ କରାଯାଇଥିବା ମୁଖ୍ୟ କାର୍ଯ୍ୟ ମଧ୍ୟରୁ ଗୋଟିଏ ଯେଉଁଥିରେ ଅନୁକରଣୀୟ ପ୍ରଦର୍ଶନକୁ ପୁରସ୍କୃତ କରିବା ଏବଂ ସହକର୍ମୀଙ୍କୁ ପରସ୍ପର ଶିଖିବାରେ ସକ୍ଷମ କରିବା ଏବଂ ସର୍ବଶ୍ରେଷ୍ଠ ପ୍ରକ୍ରିୟାର ପ୍ରସାର କରିବା ପାଇଁ ଅଗ୍ରଣୀ ସହରୀ ରଣନୀତି, ପ୍ରକଳ୍ପ ଏବଂ ବିଚାରକୁ ମାନ୍ୟତା ପ୍ରଦାନ କରାଯାଉଛି।

ଏହି କନକ୍ଲେଭରେ ମଧ୍ୟ ପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ସି. ପଟେଲ୍, କେନ୍ଦ୍ର ଗୃହ ଓ ସହରୀ ବ୍ୟାପାର ମନ୍ତ୍ରୀ ହରଦିପ୍ ସିଂ ପୁରୀ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରୀୟ ଶ୍ରମ ଏବଂ ନିଯୁକ୍ତ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, ସଂଚାର ଏବଂ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଗୃହ ଓ ସହରୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ କୌଶଳ କିଶୋର ଏବଂ ମଧ୍ୟ ପ୍ରଦେଶର ସହରୀ ବିକାଶ ମନ୍ତ୍ରୀ ଭୁପେନ୍ଦ୍ର ସିଂହଙ୍କ ସହିତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ। ଏଥି ସହିତ ମଧ୍ୟପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀ, ସମସ୍ତ ୧୦୦ଟି ସ୍ମାର୍ଟ ସିଟିର ମେୟର ଏବଂ କମିଶନର, ଶିଳ୍ପ ସହଭାଗୀ, ଏକାଡେମୀ ଏବଂ ସ୍ମାର୍ଟ ସିଟି ମିଶନ୍ ସହିତ ଜଡିତ ନାଗରିକ ସମାଜ ସଂଗଠନ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ।

Comments are closed.