Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ୫ ଜଣ ‘ହାଇବ୍ରିଡ୍’ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଭାରତୀୟ ସୁରକ୍ଷା ବାହିନୀ ରବିବାର ଜମ୍ମୁ-କଶ୍ମୀରରେ ୫ ଜଣ ‘ହାଇବ୍ରିଡ୍’ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ୨ଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିବା ସହ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛି।

ଆଦିଲ ହୁସେନ ବନି, ସୁହେଲ ଅହମ୍ମଦ ଡାର, ଐତମାଦ ଅହମ୍ମଦ ଲାବେ, ମେହରାଜ ଅହମ୍ମଦ ଲୋନ ଏବଂ ସବଜାର ଅହମ୍ମଦ ଖାର୍ ନାମକ ଏହି ଆତଙ୍କବାଦୀମାନେ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଥିଲେ। ଏମାନଙ୍କ ନିକଟରୁ ଦୁଇଟି ବନ୍ଧୁକ, ତିନୋଟି ହ୍ୟାଣ୍ଡ ଗ୍ରେନେଡ, ଗୋଟିଏ ୟୁବିଜିଏଲ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି।

ଉତ୍ତର କଶ୍ମୀରର ବାନ୍ଦିପୋରାରେ ଏକ ଆତଙ୍କବାଦୀ ମଡ୍ୟୁଲ ଠାବ କରି ପୁଲିସ ଅସ୍ତ୍ରଶସ୍ତ୍ର ସହ ଦୁଇ ଜଣଙ୍କୁ ଗିରଫ କରିବାର ପ୍ରାୟ ଏକ ମାସ ପରେ ଏହି ଗିରଫଦାରୀ ହୋଇଛି।

Comments are closed.