ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ। ଓଁ ନମୋ ଭାଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ପରେ ପରେ ଗରୁଡ଼ ପୂଜା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଇତ୍ୟାଦି ସରିବା ପରେ ପାର୍ଶ୍ଵ ଦେବତାଙ୍କ ପୂଜା କାରାଯାଏ। ଯେହେତୁ ଶ୍ରୀମନ୍ଦିର ଏକ ବିଷ୍ଣୁ ମନ୍ଦିରଏହାଙ୍କ ପାର୍ଶ୍ଵ ଦେବତା ହିସାବରେ ଦକ୍ଷିଣରେ ବରାହ, ପଶ୍ଚିମରେ ନୃସିଂହ ଓ ଉତ୍ତରରେ ତ୍ରିବିକ୍ରମ ରହିବା ବିଧେୟ ଅଟେ। ସ୍ୱୟଂ କ୍ଷେତ୍ରାଧିପତି ପୂର୍ବ ଭାଗର ଅଧିକାରୀ ଅଟନ୍ତି। ଏବେ ଜାଣିବା ଦକ୍ଷିଣ ଦିଗରେ ଥିବା ବରାହଙ୍କ ପୂଜା ବିଧି ସମ୍ପର୍କରେ।
ସମସ୍ତ ଶୁଦ୍ଧି ଓ ସଂସ୍କାର ପରେ ପୂଜକ ନିମ୍ନ ମନ୍ତ୍ର “ଓଁ ଅସ୍ୟ ଶ୍ରୀବରାହ ମନ୍ତ୍ରସ୍ୟ, ଭାର୍ଗବ ଋଷି, ଅନୁଷ୍ଟପଛନ୍ଦ, ଆଦିବlରାହ ଦେବତା ପୂଜନେ ବିନିଯୋଗ “ପାଠ କରି ପୂଜା କର୍ମ ଆରମ୍ଭ କରିବେ। ପଞ୍ଚାଙ୍ଗ (କରାଙ୍ଗନ୍ୟାସ )ଶେଷ କରି ଧ୍ୟାନ କରିବେ। “ଓଁ ନମୋ ଭଗବତେ ବରାହ ରୂପାୟ, ଭୁ ଭୁବ ସ୍ୱ ପତୟେ ଭୂପତି ତ୍ବଂମେ ଦେହି ଦଦାପୟ ସ୍ୱାହା।” ଶ୍ରୀ ବରାହ ମହାରାଜ ମନ୍ଦିରର ଦକ୍ଷିଣ ପଟର ଅଧିଶ୍ୱର ହିସାବରେ ପଞ୍ଚ ଉପଚାରରେ ପୂଜା ପାଇଥାନ୍ତି। ଶ୍ରୀମନ୍ଦିର ମଧ୍ୟରେ ଏହି ପାର୍ଶ୍ଵ ଦେବତାମାନଙ୍କ ଖ୍ୟାତି ଅଖଣ୍ଡ। କେବଳ ମନ୍ଦିର ଭିତରେ ନୁହେଁ ରଥଯାତ୍ରା ସମୟରେ ମଧ୍ୟ ରଥରେ ପାର୍ଶ୍ଵ ଦେବତା ସ୍ଥାପିତ ହୋଇଥାନ୍ତି। ସ୍ୱୟଂ ଶ୍ରୀଜଗନ୍ନାଥଙ୍କ ଏମାନେ ପାର୍ସଦ ଅବା ସ୍ୱଜନ ଭାବେ ପରିଗଣିତ ହୋଇଥାନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ମନ୍ଦିର ପଛ ପାଖରେ (ପଶ୍ଚିମ ପଟେ )ବିରାଜିତ ଠାକୁର ନୃସିଂହଙ୍କ ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।
ଦୁର୍ଗତି ପଥ ଆବୋରନ୍ତି
ଯେସନେ ବିଟପୀ ଯୁବତୀ।
ଯେ ମୋ ସମ୍ପଦେ ଅନ୍ଧ ହୋଇ
ଅଜ୍ଞାନେ ମୋତେ ନଜାଣଇ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.