Latest Odisha News

BREAKING NEWS

ପାଇଖାନା ଟାଙ୍କିରେ ଖସି ଦିବ୍ୟାଙ୍ଗ ନାବାଳିକା ମୃତ

ଯାଜପୁର: ପାଇଖାନା ଟାଙ୍କିରେ ଖସିପଡି ଦିବ୍ୟାଙ୍ଗ ନାବାଳିକାର ମୃତ୍ୟୁ। ମୃତକ ଧର୍ମଶାଳା ଥାନା ରାଧାନଗର ଗ୍ରାମର ଅଙ୍କୁର ଚରଣ ନାୟକଙ୍କ ଝିଅ ଅଙ୍କିତା ନାୟକ ବୋଲି ଜଣାପଡିଛି। ସୂଚନା ଅନୁସାରେ ଅଙ୍କିତା ଆଜି ସକାଳେ ଘର ପଛପଟେ ଥିବା ବାଡିରୁ ସାଗ ତୋଳିବାକୁ ଯାଇଥିବା ବେଳେ ପାଇଖାନା ଟାଙ୍କିରେ ଖସି ଯାଇଥିଲା।

ପରେ ପରିବାର ଲୋକେ ତାକୁ ସେଠାରୁ ଉଦ୍ଧାର କରି ଧର୍ମଶାଳା ଡ଼ାକ୍ତରଖାନରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧର୍ମଶାଳା ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.