Latest Odisha News

ଏହି ରାଜ୍ୟରେ ଅର୍ଗାନ ଡୋନର୍ସଙ୍କୁ ମୃତ୍ୟୁ ପରେ ମିଳିବ ରାଜକୀୟ ସମ୍ମାନ

ମାଡ୍ରାସ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସୋମବାର ଏକ ବଡ ଘୋଷଣା କରିଛନ୍ତି । ଆଗକୁ ରାଜ୍ୟର ଅର୍ଗାନ ଡୋନର୍ସଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନରେ କରାଯିବ । ଯେଉଁମାନେ ଅଙ୍ଗଦାନ କରନ୍ତି ସେମାନେ ଅନେକ ବ୍ୟକ୍ତିଙ୍କ ଜୀବନ ବଂଚାଇଥାନ୍ତି । ଏହା ଏକ ବଳିଦାନ ସଦୃଶ । ୨୦୦୮ରେ ତାମିଲନାଡୁରେ ଅର୍ଗାନ ଡୋନେଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ୧୭୦୬ ଜଣ ଡୋନର ସମ୍ମୁଖକୁ ଆସିଥିଲେ । ଏବେ ଏହାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୧୬୦୦ ଦାନକାରୀଙ୍କ ଅଙ୍ଗରୁ ୬୦୦୦ରୁ ଅଧିକ ଲୋକଙ୍କ ଜୀବନ ବଂଚା ଯାଇପାରିଛି ବୋଲି ସେ କହିଛନ୍ତି ।

ରାଜ୍ୟରେ ଅଙ୍ଗ ପୁଲ ବଢାଇବା ପାଇଁ ୨୭ ମେଡିକାଲ କଲେଜରେ ଏ ନେଇ ଅଙ୍ଗ ପୁର୍ନପ୍ରାପ୍ତି କେନ୍ଦ୍ର ସ୍ଥାପନ କରାଯାଇଛି । ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କ ଅଙ୍ଗ ନେବା ପୂର୍ବରୁ ନର୍ସ, ରୋଗୀ, ଡାକ୍ତର ଏବଂ କର୍ମଚାରୀଙ୍କ ସମେତ ଅତି କମରେ ୩୦୦ ବ୍ୟକ୍ତି ତାଙ୍କ ସହିତ ଯିବେ । ଏହା ପରେ ରାଜକୀୟ ସମ୍ମାନ ଦିଆଯାଇ ଅନ୍ତିମ ସଂସ୍କାର କରାଯିବ । ଏହା ପରୋକ୍ଷରେ ଅନ୍ୟମାନଙ୍କୁ ଏଥିପ୍ରତି ପ୍ରେରିତ କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି ।

Comments are closed.