ଭୁବନେଶ୍ୱର: ଓଡିଶାର ଏଏମ/ଏନଏସ ଇଣ୍ଡିଆ ଏଚପିସି ଜିମ୍ନାଷ୍ଟ ପ୍ରଣତୀ ନାୟକ ହାଙ୍ଗଝୋଉରେ ଚାଲିଥିବା ଏସିଆନ ଗେମ୍ସର ଫାଇନାଲରେ ପ୍ରବେଶ କରିଛନ୍ତି । ଝାରଗ୍ରାମର ଏହି ୨୮ ବର୍ଷୀୟା ପ୍ରତିଭାବାନ ଜିମ୍ନାଷ୍ଟ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସର ଉଭୟ ଭଲ୍ଟ ଏବଂ ଅଲ ରାଉଣ୍ଡ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ପ୍ରଣତୀ ଅଲ ରାଉଣ୍ଡ କ୍ୱାଲିଫିକେଶନରେ ୪୪.୨୩୨ ପଂଏଟ ସହ ୨୩ ଓ ୧୨.୭୧୬ ପଂଏଟ ସହ ଭଲ୍ଟରେ ଷଷ୍ଠ ସ୍ଥାନରେ ରହିଥିଲେ । ସେପ୍ଟେମ୍ବର ୨୭ରେ ଅଲ ରାଉଣ୍ଡ ଓ ୨୮ରେ ଭଲ୍ଟ ଫାଇନାଲ ଆୟୋଜିତ ହେବ । ଭାରତ ଦ୍ୱିତୀୟ ଦିବସରେ ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି ।
୧୦ ମିଟର ଏୟାର ରାଇଫଲ୍ସ ଟିମ ଇଭେଂଟରେ ଦିବ୍ୟଂଶ ସିଂ ପନୱର, ରୂଦ୍ରାକ୍ଷ ପାଟିଲ ଓ ଐଶ୍ଚର୍ଯ୍ୟ ପ୍ରତାପ ସିଂ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଥିଲେ । ସେହିପରି ମହିଳା କ୍ରିକେଟ ଟିମ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ ହାସଲ କରିଛନ୍ତି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଓଭରାଲ ୧୧ ପଦକ ହାସଲ କରି ନେଇ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି ।
Comments are closed.