Latest Odisha News

BREAKING NEWS

ବଡ଼ିଗାର୍ଡ଼ ନ ଥିବାରୁ ଘେରିଗଲେ ପ୍ରଶଂସକ, ଡ଼ରିଗଲେ ଫରାହ

ମୁମ୍ବାଇ: ସାରା ଦେଶରେ ପାଳିତ ହୋଇଯାଇଛି ଗଣେଶ ପୂଜା । ସେହିପରି ମହାରାଷ୍ଟ୍ରରେ ବି ଧୁମ୍‌ଧାମ୍‌ରେ ଗଣେଶପୂଜା ଅନୁଷ୍ଠିତ ହୋଇଯାଇଛି । ଆଉ ଏହି ପୂଜାରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତା ଓ କଳାକାରମାନେ ସାମିଲ ହୋଇଥିଲେ । କଳାକାରମାନେ ବି ବିଭିନ୍ନ ସ୍ଥାନରେ ଗଣେଶ ମଣ୍ଡପ ପରିଦର୍ଶନ କରିଥିବାର ଦେଖିବାକୁ ମିଳିଛି ।

ମୁମ୍ବାଇର ପ୍ରସିଦ୍ଧ ଲାଲବାଗ ରାଜାଙ୍କ ଦର୍ଶନ କରିବାକୁ ବଲିଉଡ ତାରକାଙ୍କ ସୁଅ ଛୁଟୁଛି । ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ, ଅଭିନେତ୍ରୀ ଇଶା ଦେଓଲ ଲାଲବାଗ ରାଜାଙ୍କ ଦର୍ଶନ କରିଥିଲେ । ସେହିପରି କିଙ୍ଗ ଖାନ ଶାହାରୁଖ ଖାନ ତାଙ୍କ ପୁଅଙ୍କ ସହ ଗଣପତି ବାପ୍ପାଙ୍କ ଦର୍ଶନ କରିଥିଲେ । ଏଥିସହିତ ଅଭିନେତ୍ରୀ ଅଦା ଶର୍ମା ଲାଲବାଗ ରାଜାଙ୍କ ଦର୍ଶନ କରି ଥିଲେ । ଆଜି ଡାଇରେକ୍ଟର ଓ କୋରିଓଗ୍ରାଫର ଫରାହ ଖାନ ବି ଲାଲବାଗ ରାଜାଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ । ଫରାହ ବିନା ବଡ଼ିଗାର୍ଡ଼ରେ ଯାଇଥିଲେ । ପୂଜା ମଣ୍ଡପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଦେଖି ଘେରି ଯାଇଥିଲେ । ପ୍ରଶଂସକଙ୍କ ଭିଡ଼ ଏପରି ହେଲା ଯେ, ଫରହା ଭୟଭୀତ ହୋଇପଡ଼ିଲେ । ଭିଡ଼ ଅସମ୍ଭାଳ ହେବାରୁ ଶେଷରେ ପୋଲିସ ପହଞ୍ଚି ଫରହାଙ୍କୁ ଭିଡ଼ ଭିତରୁ ଆଣି ଗାଡ଼ିରେ ବସାଇଥିଲା ।

ତେବେ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଦେଖି ଅନେକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

Comments are closed.