Latest Odisha News

BREAKING NEWS

ବିବାହ ସମୟରେ ଅତିଥିମାନେ କେତେ ଉପହାର ଅର୍ଥ ରାଶି ଦେବେ ତାହା ସ୍ଥିର କରିଥିଲେ ରାଘବ-ପରିଣୀତି

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇସାରିଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ବିବାହ ସମୟରେ ନବ ବିବାହିତ ଦମ୍ପତିଙ୍କୁ ଉପହାର ରୂପେ ଯାହା ମିଳିଥିଲା, ତାହା ଏବେ ସାମ୍ନାକୁ ଆସିଛି ।

ରାଘବ ଓ ପରିଣୀତି ବିବାହ ଦିନ ଉପହାର ପାଇଁ ଏକ ସ୍ୱତନ୍ତ୍ର ନୀତି ଆପଣାଇଥିଲେ । ଅତିଥିମାନେ ବିବାହ ସମୟରେ କୌଣସି ପ୍ରକାରର ଉପହାର ଆଣିବେ ନାହିଁ ବୋଲି ସିଧାସଳଖ ମନା କରିଥିଲେ । ଏପରିକି ‘ମିଲନି’ ପାଇଁ କେବଳ ଶଗୁନ୍ ଦେବାକୁ ଅନୁମତି ଦିଆଯାଇଥିଲା । କେବଳ ଏତିକି ନୁହେଁ, ଶଗୁନ୍ ଦେବା ପାଇଁ ଏକ ଅର୍ଥ ରାଶି ମଧ୍ୟ ସ୍ଥିର କରାଯାଇଥିଲା । ଅତିଥିମାନେ ନବ ବିବାହିତ ଦମ୍ପତିଙ୍କୁ ମାତ୍ର ୧୧ଟଙ୍କା ଶଗୁନ୍ ଦେବାକୁ କୁହାଯାଇଥିଲା । ହେଲେ ଏହାଠାରୁ ଅଧିକ ଦେଲେ ତାହା ଗ୍ରହଣ କରିବେ ନାହିଁ ବୋଲି ରୋକ୍‌ଠୋକ୍ କରିଥିଲେ । ୧୧ ଟଙ୍କାର ଶଗୁନ ବ୍ୟତୀତ ରାଘବ ଏବଂ ପରିଣୀତି ସେମାନଙ୍କ ଦାମ୍ପତ୍ୟ ଜୀବନ ପାଇଁ ଅତିଥିଙ୍କୁ ଆଶୀର୍ବାଦ ମାଗିଥିଲେ ।

Comments are closed.