Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ପହୁଡ଼

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରାଜଭୋଗ ଓ ମଧ୍ୟାହ୍ନ ଭୋଗ ବିଷୟରେ ଆଲୋଚନା କରିବା ପରେ ସମୟ ମିଳିଲେ ହେଉଥିବା ଦିବା ପହୁଡ଼ ବିଷୟରେ ଆଲୋଚନା କରିବା। ଶ୍ରୀମନ୍ଦିରରେ ରାଜଭୋଗ ବା କୋଠ ଭୋଗ ସାରିବା ପରେ ସେବକମାନେ ରତ୍ନସିଂହାସନ ତଳେ ନୈବେଦ୍ୟ ସ୍ଥାନଠାରେ ଉତ୍ତମ ରୂପେ ପାଣି ପକାଇ ଧୋଇ ଦେଇଥାନ୍ତି। ଏହା ପରେ ଜାଇଫଳ ଘୋରା ମିଶ୍ରିତ ସୁବାସିତ ଜଳ ରୋପ୍ୟ ଅବା ପିତଳ ପାତ୍ରରେ ରଖାଯାଇଥାଏ। ପୂଜକ ଏହାପରେ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇ ମନ୍ଦିର ଦ୍ୱାର ବନ୍ଦ କରିଦେବେ। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହି ଦିବା ପହୁଡ଼ ଦିନ ୧ ଘଟିକାଠାରୁ ଦିବା ୨ଘଣ୍ଟା ମଧ୍ୟରେ ହେବା ଆବଶ୍ୟକ। ପହୁଡ଼ ସମୟରେ ଶ୍ରୀମନ୍ଦିରରେ କୌଣସି ବାଦ୍ୟ କିମ୍ବା ଡାକବାଜି ଯନ୍ତ୍ରରେ ମଧ୍ୟ ଗୀତ ବାଜିବନି। ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ଭିତରକୁ ଛଡା ଯିବନି ମନ୍ଦିର ମଧ୍ୟରେ କେହି ଉଚ୍ଚ ସ୍ୱରରେ କଥା ମଧ୍ୟ ହେବେ ନାହିଁ। ସର୍ବ ସାଧାରଣଙ୍କ ପ୍ରବେଶ ଏହି ସମୟରେ ବନ୍ଦ ରହିବ, କେବଳ ଆବଶ୍ୟକ ପଡ଼ିଲେ କେବଳ ଟ୍ରଷ୍ଟି ସଦସ୍ୟ, ପୂଜକ କିମ୍ବା ମନ୍ଦିର ସହ ସମ୍ପୃକ୍ତ କର୍ମଚାରୀ ବୃନ୍ଦ ମନ୍ଦିରରେ ଉପସ୍ଥିତ ରହି ପାରିବେ। ଗର୍ଭ ଗୃହ ମଧ୍ୟରେ ଓ ମୂଖ୍ୟ ମନ୍ଦିରରେ ବିଜୁଳି ଆଲୋକ ଜଳିବ ନାହିଁ। ଅପରାହ୍ନ ୨ ଘଣ୍ଟାରୁ ୫ ଘଣ୍ଟା ମଧ୍ୟରେ ଏହି ପହୁଡ଼ ବନ୍ଦ ହୋଇଥାଏ। ଏହା ସବୁଦିନ ହୋଇପାରେ ନାହିଁ ଯେଉଁଦିନ ଉପଯୁକ୍ତ। ସମୟ ମିଳେ ସେହିଦିନ ଏହା ଅନୁଷ୍ଠିତ ହୋଇଥାଏ । ଆଗାମୀ ଅଧ୍ୟ୍ୟାୟରେ ଆଲୋଚନା କରିବା ସନ୍ଧ୍ୟା ଆଳତି ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ପଥିକ ଯେହ୍ନେ ପଥ ଶ୍ରମେ
ମିଳନ୍ତି ବୃକ୍ଷର ଆଶ୍ରମେ।
ଶ୍ରମ ସାରିଲେ ଯେଝା ମତେ
ଚଳନ୍ତି ବୃକ୍ଷ ଥାଇ ପଥେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.