ଭଦ୍ରକ: କାରାଗାର ଭିତରେ କଏଦୀଙ୍କ ଉନ୍ମତ୍ତ କାଣ୍ଡ । ଧାରୁଆ ଅସ୍ତ୍ରରେ ହାତ ଓ ଗୁପ୍ତାଙ୍ଗ କାଟି ଦେଇଛନ୍ତି କଏଦୀ । ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବିଚାରଧିନ ବନ୍ଦୀ।
ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ କୋହ୍ଲ ଅଞ୍ଚଳର ସୁଶାନ୍ତ ମାଝୀ ସ୍ତ୍ରୀକୁ ନିର୍ଯାତନା ଅଭିଯୋଗରେ ବିଚାରାଧୀନ କଏଦୀ ଭାବେ ଜେଲରେ ଥିଲେ । ଆଜି ଅପରାହ୍ନରେ ପାଇଖାନା ଯିବାକୁ କହି ପାଇଖାନା ଭିତରେ ଧାରୁଆ ଅସ୍ତ୍ରରେ ହାତ ଓ ଗୁପ୍ତାଙ୍ଗ କାଟିଥିଲେ ସୁଶାନ୍ତ । ଜେଲ କର୍ମଚାରୀ ସୂଚନା ପାଇଁ ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ଆଣିଥିଲେ । ସେତେବେଳକୁ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା ।
ପ୍ରଥମେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅସ୍ତ୍ରୋପଚାର ପରେ ମଧ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଜେଲ୍ ଭିତରେ ଏତେ ସୁରକ୍ଷା ଥିବାବେଳେ କିଭଳି ଭାବେ ଧାରୁଆ ଅସ୍ତ୍ର ଜେଲ୍ ଭିତରକୁ ଗଲା । ଜେଲ୍ କର୍ମଚାରୀ କିଭଳି ଭାବେ ଜାଣି ପାରିନଥିଲେ । ସୁରକ୍ଷାରେ ଢିଲା ନାଁ ଏହା ପଛରେ ଆଉ କିଛି କାରଣ ରହିଛି ତାହା ତଦନ୍ତ ହେଲେ ଜଣାପଡିବ ।
Comments are closed.