ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସର ୭ମ ଦିନ ଭାରତ ୫ ପଦକ ହାସଲ କରିଛି । ଏଥିସହ ଓଭରାଲ ୩୮ ପଦକ ସହ ଭାରତ ତାଲିକାରେ ୪ର୍ଥ ସ୍ଥାନରେ ରହିଛି । ସ୍କ୍ୱାଶରେ ଭାରତୀୟ ପୁରୁଷ ଟିମ ପାକିସ୍ତାନକୁ ହରାଇ ୯ ବର୍ଷ ପରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ ପାଇଁ ଅଭୟ ସିଂ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ନିର୍ଣ୍ଣାୟକ ମୁକାବିଲାରେ ଜମାନ ନୂରଙ୍କୁ ୧୧-୭, ୯ -୧୧, ୭-୧୧, ୧୧-୯ ଓ ୧୨-୧୦ରେ ହରାଇଥିଲେ । ସୌରଭ ଘୋଷାଲ ପ୍ରଥମ ମୁକାବିଲାରେ ମହମ୍ମଦ ଆସିମଙ୍କୁ ହରାଇଥିବା ବେଳେ ମହେଶ ମନଗାଁଓକର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନାସୀର ଇକବାଲଙ୍କଠାରୁ ହାରି ଯାଇଥିଲେ ।
ସେହିପରି ୧୦୦୦୦ ମିଟର ରେସରେ କାର୍ତିକ ଓ ଗୁଲବୀର ଭାରତ ପାଇଁ ଇତିହାସ ରଚିଛନ୍ତି । କାର୍ତିକ ୨୮:୧୫.୩୮ cସେକେଣ୍ଡ ସମୟ ନେଇ ରୌପ୍ୟ ଏବଂ ଗୁଲବୀର ୨୮:୧୭.୨୧ ସମୟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତର ୩ ବକ୍ସର ପ୍ରୀତି, ଲଭଲୀନା ଓ ନରେନ୍ଦ୍ର ପଦକ ନିଶ୍ଚିତ କରିଛନ୍ତି । ପୁରୁଷ ବ୍ୟାଡମିଂଟନ ଟିମ ଫାଇନାଲରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ହାସଲ ଲକ୍ଷ୍ୟରେ ରହିଛି । ଭାରତ ୩-୨ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି ।
Comments are closed.