Latest Odisha News

ଝିଅ ତନୟାଙ୍କୁ ସମ୍ପାଦକ ଦାୟିତ୍ବ ଦେବା ପରେ ସୌମ୍ୟରଞ୍ଜନଙ୍କ ଆଗାମୀ ରଣନୀତି କ’ଣ?

ଭୁବନେଶ୍ୱର: ବ୍ୟକ୍ତିଗତ କାରଣ ଦର୍ଶାଇ ଦୈନିକ ଖବରକାଗଜ ‘ସମ୍ବାଦ’ର ସମ୍ପାଦକ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କ ଝିଅ ତଥା ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ ତାଙ୍କ ଉତ୍ତରାଧିକାରୀ ହୋଇଛନ୍ତି।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କେ. ପାଣ୍ଡିଆନଙ୍କର ଶାସକ ଦଳରେ ବଢୁଥିବା ପ୍ରଭାବକୁ ନେଇ ନିଜ ସମ୍ପାଦକୀୟରେ ସମାଲୋଚନା କରିଥିଲେ। ଏହାପରେ ଗତ ମାସ ୨୧ ତାରିଖରେ ତାଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା।

ଏବେ ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ କିଛି ପୁରୁଣା କର୍ମଚାରୀଙ୍କ ଅଭିଯୋଗ କ୍ରମେ ଋଣ ଦୁର୍ନୀତି ମାମଲାର ସାମ୍ନା କରୁଛିନ୍ତି ସେ ନିଜେ ଓ ତାଙ୍କ ସଂସ୍ଥା ସମ୍ବାଦ।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ସମୟରେ ତନୟା ପଟ୍ଟନାୟକ କର୍ମଚାରୀଙ୍କ କୁହନ୍ତି ଯେ ସେ ତାଙ୍କ ବାପାଙ୍କୁ ଜଣେ ରାଜନେତା ଅପେକ୍ଷା ଜଣେ ସମ୍ପାଦକ ଭାବେ ଆହୁରି ଅଧିକ ଭାଲ କାମ କରନ୍ତୁ ବୋଲି କୁହନ୍ତି। ହେଲେ ଏବେ ସୌମ୍ୟରଞ୍ଜନ ତାଙ୍କ ପଦ ଝିଅକୁ ଦେବା ପରେ ସେ ଆଉ ଗଣମାଧ୍ୟମରେ ସକ୍ରିୟ ରହିବେ ନା ଜଣେ ରାଜନେତା ଭାବେ ରହିବେ ତାହା ଅସ୍ପଷ୍ଟ ରହିଛି। ଯାହାକୁ ନେଇ ଚର୍ଚ୍ଚା ବଢ଼ିଛି।

ମିଳିଥିବା ସୂଚନା ଅନୁସାରେ ୪ ତାରିଖରେ ସମ୍ବାଦ ତାର ଜନ୍ମଦିନ ପାଳନ କରିବାକୁ ଯାଉଛି। ଯେଉଁଥିରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର ଆସିବେ ବୋଲି ସୂଚନା ରହିଛି। ବିଜେଡିରୁ ବହିଷ୍କୃତ ହେବା ପରେ ସୌମ୍ୟରଞ୍ଜନ ବିଜେପି ସହିତ ନିଜର ସମ୍ପର୍କକୁ ମଜବୁତ କରିଥିବା ଚର୍ଚ୍ଚା ହେଉଛି।

Comments are closed.