Latest Odisha News

ଫ୍ଲାଇଟରେ ନିଃଶ୍ବାସ ନେଇପାରିଲାନି ଶିଶୁ: ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଡାକ୍ତର

ନୂଆଦିଲ୍ଲୀ: ଫ୍ଲାଇଟ୍ ରେ ଅଘଟଣ  । ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳା ହଠାତ୍ ହୃଦରୋଗରେ ପୀଡିତ ଏକ ଶିଶୁକୁ ନିଃଶ୍ବାସ ନେବାରେ ସମସ୍ୟା ଉପୁଜିଥିଲା । ଏହା ଦେଖି ଶିଶୁଟିର ବାପା , ମା  ବହୁତ ବ୍ୟସ୍ତବିବ୍ରତ ହୋଇପଡିଥିଲେ । କଣ କରିବେ କିଛି ବୁଦ୍ଧିବାଟ ଦିଶିନଥିଲା । ହଠାତ୍ ଫ୍ଲାଇଟଟି ଲ୍ୟାଣ୍ଡ କରିବା ବି ସମ୍ଭବପର ନଥିଲା । ଏତିକି ବେଳେ ଫ୍ଲାଇଟରେ ଯାତ୍ରା କରୁଥିବା ଦୁଇ ଜଣ ଡାକ୍ତର ଦେବଦୂତ ସାଜିଥିଲେ । ଦୀର୍ଘ ସମୟ ଚେଷ୍ଟା କରିବା ପରେ ଶିଶୁଟିର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ  । ଦୁଇ ଜଣ ଡାକ୍ତର କୁଲକର୍ଣ୍ଣି ଏବଂ ମୋଜାମିଲ ବୋଲି ଜଣାପଡିଛି ।

ସୂଚନାମୂତାବକ ଶିଶୁଟି ଜନ୍ମରୁ ହୃଦରୋଗରେ ପୀଡିତ ଥିଲା । ଶିଶୁଟି ବିମାନରେ ଯାତ୍ରା କରୁଥିବାବେଳେ ଛୋଟ ଶିଶୁଟି ନିଃଶ୍ବାସ ନେବାରେ ଅସୁବିଧା ଭୋଗିଥିଲା  । ଏହା ପରେ ଇଣ୍ଡିଗୋ ବିମାନର କ୍ରୁ ସଦସ୍ୟମାନେ ସେହି ବିମାନରେ କେହି ଡାକ୍ତର ଉପସ୍ଥିତ ଅଛନ୍ତି ବୋଲି ଆନାଉନ୍ସ କରିଥିଲେ । ଭାଗ୍ୟକୁ ସେହି ଫ୍ଲାଇଟରେ ଆଇଏଏସ ଅଧିକାରୀ ତଥା ଡାକ୍ତର ନିତିନ କୁଲକର୍ଣ୍ଣି ଏବଂ ରାଞ୍ଚି ସଦର ଡାକ୍ତରଖାନାର ଜଣେ ଡାକ୍ତର ଉପସ୍ଥିତ ଥିଲେ। ଏହି ଦୁଇ ଜଣ ଡାକ୍ତର ପିଲାକୁ ବଞ୍ଚାଇବା ପାଇଁ ଆଗେଇ ଆସିଥିଲେ । ଉଭୟ ଡାକ୍ତର ଜରୁରୀକାଳୀନ ଚିକିତ୍ସା କରିବା ପାଇଁ ମାସ୍କ ଏବଂ କିଛି ଔଷଧ ବ୍ୟବହାର କରି ଶିଶୁକୁ ଅକ୍ସିଜେନ ଦେବାକୁ ଚେଷ୍ଟା କରିଥିଲେ । ଦୀର୍ଘ ଘଣ୍ଟାର ପ୍ରଚେଷ୍ଠା ପରେ ଶିଶୁଟିର ଜୀବନ ବଞ୍ଚିଥିଲା ।

Comments are closed.