ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ଯଥା :- ଅପରାଧ ସହସ୍ରାଣୀ କ୍ରିୟେନ୍ତେ ଅହନିର୍ସିଂ ମୟା,
ଦାସୋଅୟମିତି ମାଂ ମତ୍ୱା କ୍ଷମସ୍ଵ ପରମେଶ୍ୱର।
ଏହାପରେ ସମାପନୀ ମୁଦ୍ରା ପଦର୍ଶନ ପୂର୍ବକ ପ୍ରଣିପାତ ଜଣାଇ ଗୋଟିଏ ଦିନର ନୀତି କାନ୍ତି ସମାପନ ହେବାର ସୂଚନା ଦେଇ ପୁଣି ଦ୍ୱାରଫିଟା ଓ ମଙ୍ଗଳ ଆଳତି ପ୍ରସ୍ତୁତି ପାଇଁ ପୂଜକ ଇସାରା ଦେଇଥାନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ଶ୍ରୀଜୀଉମାନଙ୍କ ପହୁଡ଼ ନୀତି ସମୟରେ ପାଳିତ ହେଉଥିବା କିଛି ରୀତିନୀତି ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।
ଯେ ପ୍ରାଣୀ ଆତ୍ମାକୁ ତୋଷନ୍ତି
ଜୀବନ ଥାଉଁ ସେ ମରନ୍ତି।
ସାଧୁଙ୍କୁ ଦିଏ ଯେ କଷଣ
ତାକୁ ସଂହାରେ ନାରାୟଣ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.