ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ହେବାକୁ ଯାଉଛି ମାଓ ମୁକାବିଲା ବୈଠକ । ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟାରେ ଏହି ବୈଠକ ଅନୁଷ୍ଠିତ ହେବ । ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ଓ ସରକାରଙ୍କ ମୁକାବିଲା ରଣନୀତି ଉପରେ ଆଲୋଚନା ହେବ । ଓଡ଼ିଶା, ଛତିଶଗଡ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ବିହାର , ମହାରାଷ୍ଟ୍ର , ତେଲେଙ୍ଗାନା ଭଳି ନକ୍ସଲ ପ୍ରଭାବିତ ରାଜ୍ୟ ଗୁଡିକ ଏହି ବୈଠକରେ ଯୋଗଦେବେ । ଯାହା ସୂଚନା ରହିଛି ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସ ମହାନିର୍ଦ୍ଦେଶ ସୁନୀଲ ବଂଶଲ ପ୍ରମୂଖ ଏହି ବୈଠକରେ ଯୋଗଦେବେ । ମାଓ ପ୍ରଭାବିତ ଅଞ୍ଚଳରେ ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡିଶାର କାର୍ଯ୍ୟଶୈଳୀ ବେଶ୍ ପ୍ରଶଂସନୀୟ ।
୨୦୧୫ ମସିହାରୁ ୨୦୧୯ ମସିହା ମଧ୍ୟରେ ମାଓ ଆକ୍ରମଣ ମାମଲା ପାଖାପାଖି ୩୦ ପ୍ରତିଶତ କମିଛି । କାରଣ ଓଡିଶା ସରକାର ପୋଲିସର ଆଧୁନିକୀକରଣ ଓ ଭିତ୍ତି ଭୂମି ସୃଷ୍ଟି କରିବାରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଯାହାକୁ ନେଇ ବିଭିନ୍ନ ସମୟରେ କେନ୍ଦ୍ର ଓଡିଶାକୁ ପ୍ରଶଂସା କରିଛି । ତେବେ ମାଓ ପ୍ରବଣ ଅଞ୍ଚଳରେ ଆଗାମୀ ଦିନରେ କିଭଳି ଅଧିକ ମାଓ ଆକ୍ରମଣ ମାମଲା କମିବ , ସରକାର ଏଥିଲାଗି କେତେ ପ୍ରସ୍ତୁତ ଅଛନ୍ତି ଏବଂ ମାଓବାଦୀଙ୍କ ସ୍ଥିତି କିଭଳି ରହିଛି । ସେ ନେଇ ଆଜି ମାଓ ମୁକାବିଲା ବୈଠକ ବସିବାକୁ ଯାଉଛି ।
Comments are closed.