Latest Odisha News

BREAKING NEWS

ପଇସା ଦେଲାନି ବୋଲି ଭଉଣୀଙ୍କୁ ଗୁଳି କରି ହତ୍ୟା କଲା ଭାଇ

କେନ୍ଦୁଝର: ଭାଇ ସାଜିଲା ହତ୍ୟାକାରୀ । ଯେଉଁ ଭାଇ ହାତରେ ଦିନ ରାଖି ବାନ୍ଧିଥିଲା ସେହି ହାତରେ ଫୁଟାଇଲା ଗୁଳି । ଚାଲିଗଲା ଭଉଣୀ ଜୀବନ । ସାମାନ୍ୟ ଟଙ୍କା କେତେଟା ପାଇଁ ଭଉଣୀକୁ ଗୁଳିକରି ମାରିଦେଲା ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି ଗାଁରେ। ଶେଷରେ ଥାନାରେ ଆତ୍ମସମର୍ପଣ କରିଛି ଭାଇ ।

ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଏକ ସିକ୍ୟୁରିଟି ସଂସ୍ଥାରେ ଗନ୍‌ ମ୍ୟାନ୍‌ ଭାବେ କାର୍ଯ୍ୟ କରନ୍ତି। ଯାହା ଦରମା ପାଆନ୍ତି ନିଜ ସ୍ତ୍ରୀ ଓ ନିଜର ବଡ଼ ଭଉଣୀକୁ ଦିଅନ୍ତି। ପ୍ରସନ୍ନଙ୍କ ବଡ଼ ଭଉଣୀ ଅବିବାହିତ ଥିଲେ ଏବଂ ସେ  ନିଜର ଭାଇ ଓ ଭାଉଜଙ୍କ ପାଖରେ ରହୁଥିଲେ।

ପ୍ରସନ୍ନଙ୍କ ଦେହ ଅସୁସ୍ଥ ଥିଲା । ମେଡିସିନ ଆଣିବା ପାଇଁ ଟଙ୍କା ଦରକାର ପଡିଲା । ହେଲେ ସ୍ତ୍ରୀ ଘରେ  ନଥିବାରୁ ସେ ଭଉଣୀଙ୍କୁ ପଇସା ମାଗିଥିଲେ। କିନ୍ତୁ ଭଉଣୀ ପଇସା ଦେଇ ନ ଥିଲେ । ଓଲଟା ଭାଇ ସହ ଝଗଡା କରିଥିଲେ ।

ଏଥିରେ ରାଗି ଯାଇଥିଲେ ପ୍ରସନ୍ନ । ନିଜ ପାଖରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଆଣି ଭଉଣୀକୁ ଲକ୍ଷ୍ୟ କରି  ଗୁଳି କରିଥିଲେ । ଫଳରେ ଭଉଣୀଙ୍କର ଜୀବନ ଚାଲି ଯାଇଥିଲା ।  ଏହି ଘଟଣା ପରେ ନିଜେ ସେ ପୁଲିସକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ପ୍ରସନ୍ନଙ୍କୁ ଥାନାରେ ଅଟକ ରଖଛି। ପୋଲିସ ପରିବାର ଲୋକଙ୍କୁ ମଧ୍ୟ ଜେରା କରୁଛି ।

 

Comments are closed.