ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାମପନ୍ଥୀ ଉଗ୍ରବାଦକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଅମିତ ଶାହ ଶୁକ୍ରବାର କହିଛନ୍ତି, ୨ ବର୍ଷ ମଧ୍ୟରେ ଦେଶରେ ଥିବା ବାମପନ୍ଥୀ ଉଗ୍ରବାଦକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯିବ । ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟରେ ସୁରକ୍ଷା ସ୍ଥତି ସମୀକ୍ଷା ପାଇଁ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ଅମିତ ଶାହ ଏକଥା କହିଛନ୍ତି । ଗତ ୪ ଦଶକ ତୁଳନାରେ ୨୦୨୨ରେ ନକ୍ସଲ ପ୍ରଭାବିତ ରାଜ୍ୟରେ ହିଂସା ଏବଂ ମୃତ୍ୟୁ ଘଟଣା ଯଥେଷ୍ଟ କମିଛି ।
ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଆସନ୍ତା ୨ ବର୍ଷ ମଧ୍ୟରେ ନକ୍ସଲବାଦକୁ ସମ୍ପୂର୍ଣ୍ଣ ଭାବେ ଶେଷ କରି ଦିଆଯିବ । ନକ୍ସଲବାଦ ମାନବତା ପାଇଁ ଏକ ଅଭିଶାପ । ଆଉ ଏହି ଅଭିଶାପକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେବାକୁ ଆମେ ପ୍ରତିବଦ୍ଧ ।
ଅଧିକାରୀଙ୍କ କହିବା ଅନୁଯାୟୀ, ନକ୍ସଲ ପ୍ରଭାବିତ ଅଞ୍ଚଳରେ ୨୦୧୦ ତୁଳନାରେ ୨୦୨୨ରେ ୭୭ ପ୍ରତିଶତ କମ ହିଂସା ଘଟଣା ଘଟିଛି । ଏହି ସମୀକ୍ଷା ବୈଠକରେ ମହାରାଷ୍ଟ୍ର, ଆନ୍ଧ୍ର, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଭାଗ ନେଇଥିଲେ । ଏହା ବ୍ୟତୀତ ଓଡ଼ିଶା, ବିହାର, ମଧ୍ୟପ୍ରଦେଶ, ଛତିଶଗଡର ପ୍ରତିନିଧିମାନେ ସାମିଲ ହୋଇଥିଲେ ।
Comments are closed.