ନୂଆପଡା : ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ହୋଇଛି ବିଧାନସଭା ମଣ୍ଡଳୀ ସ୍ତରୀୟ ଦିବାରାତ୍ର ଫୁଟବଲ ମ୍ୟାଚ । ଏଥିରେ ତିନୋଟି ବ୍ଲକର ସତୁରୀଟି ଦଳ ଭାଗ ନେଇଛନ୍ତି । ଏହି ବଡ ଧରଣର ପ୍ରତିଯୋଗିତାରେ ସହଯୋଗ କରିଛନ୍ତି ଖଡ଼ିଆଳର ଯୁବ ବିଧାୟକ ଅଧିରାଜ ପାଣିଗ୍ରାହୀ ।
ଗତ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ଆସନ୍ତା ୧୨ ତାରିଖ ଦିନ ସମାପନ ହେବ । ଉଦ୍ଘାଟନି ସମାରୋହରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଅଧିରାଜ ମୋହନ ପାଣିଗ୍ରାହୀ , ସିନାପାଲି, ବୋଡେ଼ନ ଓ ଖଡ଼ିଆଳ ବ୍ଲକ ସମସ୍ତ ସରପଞ୍ଚ ଓ ସମିତି ମେମ୍ବର ଯୋଗଦେଇ ହଜାର ହଜାର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହି ଅଵସର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଗୋଟିଏ ପ୍ରତିଯୋଗିତାରେ ଏତେ ସଂଖ୍ୟକ ଦଳ ଭାଗ ନେଉଥିବା ଏକ ଇତିହାସ ଓ ଏହିପରି ଆୟୋଜନକୁ ସଦାସର୍ବଦା ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଢୋଲକିଆ କହିଛନ୍ତି ।
ଫୁଟବଲ ମହାକୁମ୍ଭର ଖବର ପାଇ ପଡୋଶୀ କଳାହାଣ୍ଡି ବଲାଙ୍ଗୀର,ବରଗଡ଼ ସହ ଛତିଶଗଡ଼ର ହଜାର ଜହାର ଦର୍ଶକ ଦେଖିବାକୁ ଆସିଥିଲେ । ସତ ରେ ଏତେ ସଂଖ୍ୟକ ଦଳକୁ ନେଇ ଆୟୋଜିତ ଫୁଟବଲ ମହାକୁମ୍ଭ ଜିଲ୍ଲା ନୁହେଁ ସାରା ରାଜ୍ୟ ପାଇଁ ଅନନ୍ୟ ଏବଂ ଏଥିପାଇଁ ଆୟୋଜକ ଓ ଖଡ଼ିଆଳ ବିଧାୟକ ଧନ୍ୟବାଦର ପାତ୍ର ବୋଲି ଜିଲ୍ଲା ସାରା ଚର୍ଚ୍ଚା ଜୋର ଧରିଛି ।
Comments are closed.