Latest Odisha News

BREAKING NEWS

ରାଜଧାନୀରେ ରାଗିଂ! ଜୁନିୟର ଛାତ୍ରଙ୍କ ପରିବାର ସିନିୟର ଛାତ୍ରଙ୍କ ବିରୋଧରେ ଦେଲେ ଏତଲା

ଭୁବନେଶ୍ୱର: ରାଜଧାନୀରେ ରାଗିଂ ଅଭିଯୋଗ। ଏକ ହୋଟେଲ ମ୍ୟାନେଜମେଣ୍ଟ କଲେଜର ଜଣେ ଛାତ୍ର ତାଙ୍କ ସିନିୟରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣି ରବିବାର ସହିଦ ନଗର ଥାନାରେ ଏତଲା ଦେଇଛନ୍ତି। କମିସନରେଟ୍ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ରାଗିଂ ଅଭିଯୋଗରେ ଦୁଇ ଜଣ ଛାତ୍ର ଆହତ ହୋଇଥିବା ବେଳେ ପରେ ଅନୁଷ୍ଠାନର ଚାରି ଜଣ ସିନିୟର ଛାତ୍ରଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଆହତ ଛାତ୍ରଙ୍କ ପରିବାର ପକ୍ଷରୁ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଶନିବାର ରାତି ପ୍ରାୟ ସାଢ଼େ ୧୧ଟାରେ ମ୍ୟାନେଜମେଣ୍ଟ କଲେଜର ଚାରି ଜଣ କନିଷ୍ଠ ଛାତ୍ରଙ୍କୁ ହଷ୍ଟେଲ ରୁମରେ ତୃତୀୟ ବର୍ଷର ଛାତ୍ରମାନେ ରାଗିଂ କରିବା ସହ ଆକ୍ରମଣ କରିଥିଲେ। ପୀଡ଼ିତା ଛାତ୍ର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସିନିୟର ଛାତ୍ରମାନେ ତାଙ୍କୁ ଓ ଅନ୍ୟମାନଙ୍କୁ ଏକ ରୁମ୍କୁ ଡାକି କେବଳ ରାଗିଂ କରିନଥିଲେ ବରଂ ଲୁହା ରଡରେ ଆକ୍ରମଣ କରିଥିଲେ।

ଆକ୍ରମଣ ପରେ ଦୁଇ ଜଣଙ୍କ କାନରେ ଆଘାତ ଲାଗିଥିଲା ଏବଂ ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଆହତ ଛାତ୍ରଙ୍କ ପରିବାର ଲୋକେ ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ କନିଷ୍ଠ ଛାତ୍ରଙ୍କ ସମସ୍ୟା ଉଠାଇଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ କିଛି ସିନିୟର ଛାତ୍ର। ପୋଲିସ ଏବେ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା କରାଯାଉଛି।

Comments are closed.