ଭୁବନେଶ୍ଵର: ଲଙ୍କା ଦହନ ରାମାୟଣର ଏକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ l ଭାରତୀୟ ଇତିହାସରେ ଭଗବାନ ଶ୍ରୀରାମ ଙ୍କ ଅନେକ ଗାଥା ଶୁଣିବାକୁ ମିଳିଥାଏ , ଏମିତି କୁହାଯାଏ କି ଯେବେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଲଙ୍କାପତି ରାବଣଙ୍କ ଅନ୍ତ କରିଥିଲେ ତେବେ ସେ ଲଙ୍କାର ଶାସନ ଭାର ରାବଣର ଛୋଟ ଭାଇ ବିଭିଷଣ ଙ୍କୁ ଦେଇଥିଲେ । ଏହା ଛଡା ସମସ୍ତେ ଜାଣିଛନ୍ତି ଯେ ହନୁମାନ ଲଙ୍କାକୁ ଜଳାଇ ଭସ୍ମ କରି ଦେଇଥିଲେ l କିନ୍ତୁ ଲଙ୍କାକୁ ଜଳାଇବା ପାଇଁ ଏହି କାରଣ ଥିଲା ନା ଏହା ପଛରେ ଅନ୍ୟକିଛି କାରଣ ଥିଲା ତାହା ଏବେବି ଅନେକ ଲୋକ ଜାଣି ନାହାନ୍ତି l

ପୁରାଣରେ ବର୍ଣ୍ଣିତ ଅଛି ମା ପାର୍ବତୀଙ୍କର ଅଭିଶାପ ଯୋଗୁ ରାବଣର ସୁନାର ଲଙ୍କା ଜଳି ପାଉଁଶ ହୋଇଗଲା l ଥରେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ ମା ପାର୍ବତୀଙ୍କ ନିୟନ୍ତ୍ରଣରେ କୈଳାସରେ ପହଁଚିଲେ l ଏହି ସମୟରେ ମା ଲକ୍ଷ୍ମୀ ଥଣ୍ଡାରେ ଥରୁଥିଲେ l ଯେତେବେଳେ ସେ ଏହା ସହି ପାରିଲେ ନାହିଁ ପାର୍ବତୀଙ୍କୁ କହିଲେ ଆପଣ ରାଜକୁମାରୀ ହୋଇ ମଧ୍ୟ ଏହି ବରଫ ପର୍ବତରେ ଏତେ ଥଣ୍ଡାରେ କିପରି ରହୁଛନ୍ତି l ଏହାକୁ ଦେଖି ମା ପାର୍ବତୀ ଦୁଃଖିତ ହେଲେ l
କିଛି ଦିନ ପରେ ଶିବ ଓ ପାର୍ବତୀ ଦେବୀ ଲକ୍ଷ୍ମୀଙ୍କ ନିମନ୍ତ୍ରଣରେ ବୈକୁଣ୍ଠରେ ପହଁଚିଲେ l ବୈକୁଣ୍ଠ ଧାମର ବୈଭବ ଦେଖି ମା ପାର୍ବତୀ ଶିବଙ୍କୁ ମଧ୍ୟ ଭବ୍ୟ ମହଲା ତିଆରି କରିବାକୁ କହିଲେ l ଶିବ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କୁ ଲଙ୍କା ବନାଇବାର ଦାଇତ୍ୱ ଦେଲେ l ଏହା ପରେ ଦେବ ଶିଳ୍ପୀ ବିଶ୍ୱକର୍ମା ଶିବ ଓ ପାର୍ବତୀଙ୍କ ପାଇଁ ସୁନାର ମହଲ ତିଆରି କରିଥିଲେ l

ରାମାୟଣ ସମୟରେ ସ୍ଵର୍ଣ୍ଣ ମହଲର ଚର୍ଚ୍ଚା ଚତୁର୍ଦ୍ଦିଗରେ ବ୍ୟାପିଯାଇଥିଲା । ଥରେ ରାବଣ ସେହି ବାଟ ଦେଇ ଯାଉଥିବା ସମୟରେ ସ୍ଵର୍ଣ୍ଣ ମହଲ ଦେଖି ସୁନ୍ଦରତlରେ ମୁଗ୍ଧ ହୋଇଗଲା । ତା ମନରେ ସଏହି ମହଲ ପ୍ରତି ଲୋଭ ଆସିଯାଇଥିଲା । ରାବଣ ବ୍ରାହ୍ମଣ ରୁପରେ ଆସି ପ୍ରଭୁ ଶିବଙ୍କ ଠାରୁ ସେହି ମହଲଟିକୁ ଦାନ ହିସାବରେ ମାଗିନେଇଥିଲେ । ଶିବ ରାବଣଙ୍କୁ ମହଲଟି ଦାନ ଦେଇଦେଲେ l ଯେତେବେଳେ ମା ପାର୍ବତୀ ଏକଥା ଜାଣିଲେ ସେତେବେଳେ କ୍ରୋଧିତ ହୋଇ ରାବଣଙ୍କୁ ଅଭିଶାପ ଦେଲେ ଯେ ତୁମର ଏହି ନଗରୀ ଭଷ୍ମ ହୋଇଯିବ l ତେଣୁ ପାର୍ବତୀଙ୍କର ଅଭିଶାପ କାରଣରୁ ରାବଣଙ୍କ ସୁନା ଲଙ୍କା ପୋଡ଼ି ଧ୍ବଂସ ହୋଇଯାଇଥିଲା l
Comments are closed.