Latest Odisha News

BREAKING NEWS

୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ; ଯାତାୟତ ଠପ୍

ସୋନପୁର: ଆଜି ୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ନିକଟ ୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ଅବହେଳା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ କରାଯାଇଛି । ଫଳରେ  ଯାତାୟତ ବାଧାପ୍ରାପ୍ତ ହୋଇଛି l

ସୂଚନା ଅନୁସାରେ ଡୁଙ୍ଗୁରିପାଲି ଅଞ୍ଚଳର ଚିନାଜୁରୀ ଠାରୁ ଚେରୁପାଳି ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟୟ ହୋଇପଡିଛି । ଫଳରେ ଲୋକମାନଙ୍କ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅନେକ ଥର ଅଭିଯୋଗ ହୋଇଛି l ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହିତ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ସଚେତନ ନାଗରିକ  କମିଟି ପକ୍ଷରୁ  ଲିଖିତ ଅଭିଯୋଗ ଦିଆଯାଇଥିଲେ  ମଧ୍ୟ ରାସ୍ତା ପ୍ରଶସ୍ତିକରଣ କରାଯାଉନ ଥିବାରୁ ଗତକାଲି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲା କମିଟି । କିନ୍ତୁ କୌଣସି ନିଷ୍କର୍ଷ ନ ବାହାରିବାରୁ ବାଧ୍ୟ ହୋଇ ଆଜି ୧୨ ଘଣ୍ଟିଆ ଡୁଙ୍ଗୁରିପାଲି ବନ୍ଦ ଡାକରା ଦେଇଛି କମିଟି  l

ତେବେ ବନ୍ଦ ପାଳନ ବେଳେ ଅପ୍ରୀତିକର ପରିସ୍ଥିତିକୁ ଆଖି ଆଗରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି l ଏହି ବନ୍ଦ ପାଳନରେ ଜରୁରୀ ସେବାକୁ ବାଦଦେଇ ସହରର ଦୋକାନ ବଜାର,ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି।

Comments are closed.