Latest Odisha News

BREAKING NEWS

ଭୁଲ ଅସ୍ତ୍ରୋପଚାର ଯୋଗୁଁ ଛଅ ବରିଷ୍ଠ ନାଗରିକ ହରାଇଲେ ଦୃଷ୍ଟିଶକ୍ତି !

ଭଦ୍ରକ: ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯୋଗରେ ଭଦ୍ରକ ଜିଲ୍ଲାର ୬ ଜଣ ବରିଷ୍ଠ ନାଗରିକ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି।

ସେପ୍ଟେମ୍ବର ୨୮ ରୁ ୩୦ ମଧ୍ୟରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ଏବଂ ପରେ ରୋଗୀଙ୍କ ଦୃଷ୍ଟିଶକ୍ତିରେ ଉନ୍ନତି ହେବା ପରିବର୍ତ୍ତେ ଅବନତି ହୋଇଥିଲା। ଏ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।

ଅପରେସନ୍ ପୂର୍ବରୁ ଡାହାଣ ଆଖିରେ ସାମାନ୍ୟ ଦେଖାଯାଉଥିଲା ବୋଲି ସେ କହିଛନ୍ତି। କିନ୍ତୁ ଅପରେସନ୍ ପରେ ସେହି ଆଖିରେ କିଛି ଦେଖି ପାରିଲି ନାହିଁ ବୋଲି ରୋଗୀ ସୁଲୋଚନା ଦାସ ଅଭିଯୋଗ କରିଛନ୍ତି।

ସେହିପରି ଅନ୍ୟ ଜଣେ ରୋଗୀ ରତ୍ନାକର ଦାସ କହିଛନ୍ତି,ସେପ୍ଟେମ୍ବର ୨୯ ତାରିଖରେ ମୋର ଅସ୍ତ୍ରୋପଚାର ହୋଇଥିଲା। ତା’ପରେ ମୁଁ ସେହି ଆଖିରେ କିଛି ଦେଖି ପାରିଲି ନାହିଁ। ଅକ୍ଟୋବର ୫ ତାରିଖରେ ମୋତେ ହସ୍ପିଟାଲ୍ ଯିବାକୁ କୁହାଯାଇଥିଲା। ମୁଁ ସେଦିନ ଆସିଲି। ସେମାନେ ଏକ ଯାଞ୍ଚ କରିଥିଲେ ଏବଂ ମୋତେ ଅକ୍ଟୋବର ୮ ରେ ପୁଣି ଆସିବାକୁ କହିଥିଲେ।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କ ସହ ଯୋଗାଯୋଗ କରିବାରୁ ଡାକ୍ତର ସନ୍ତୋଷ ପାତ୍ର କହିଛନ୍ତି, ଅଭିଯୋଗ ମିଳିବା ପରେ ତଦନ୍ତ ପାଇଁ ହସ୍ପିଟାଲକୁ ଯାଇଥିଲୁ। ହସ୍ପିଟାଲ କର୍ତ୍ତୃପକ୍ଷ କିଛି କାଗଜପତ୍ର ଆମ ସହ ସେୟାର କରିଛନ୍ତି। ତଦନ୍ତ ସରିବା ପରେ ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Comments are closed.