ପୁରୀ:କୁମାର ପୂର୍ଣ୍ଣିମାରେ ପଡିବ ଚନ୍ଦ୍ରଗହଣ । ତେଣୁ ଅକ୍ଟୋବର ୨୮ ତାରିଖରେ ଚନ୍ଦ୍ରଗ୍ରହଣ ଯୋଗୁ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ପୂଜାନୀତି । ଏହି ଚନ୍ଦ୍ରଗ୍ରହଣ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ । ଗ୍ରହଣ ସ୍ପର୍ଶ ସମୟ ଆରମ୍ଭ ହେବ ରାତି ଗୋଟାଏ ୪ମିନିଟ ୫୫ ସେକେଣ୍ଡରୁ । ସର୍ବମୋକ୍ଷ ରାତି ୨ଟା ୨୪ ମିନିଟ ୨ ସେକେଣ୍ଡ।
ଗ୍ରହଣର ୯ ଘଣ୍ଟା ପୂର୍ବରୁ ହେବ ପାକତ୍ୟାଗ । ଅର୍ଥାତ ଅପରାହ୍ନ ୪ଟା ସ ମିନିଟ ୫୫ ସେକେଣ୍ଡରୁ ରାତି ୨ଟା ୨୪ ମିନିଟ ୨ ସେକେଣ୍ଡ ଯାଏ ପାକତ୍ୟାଗ ରହିଛି । ଏହି ସମୟରେ ଅନ୍ନ ନିଷେଧ ଓ ଦେବନୀତି ନିଷେଧ ରହିଛି ।
ତେବେ ଗ୍ରହଣରେ ଶୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ବ୍ୟବସ୍ଥା ହେବ । ନିୟମ ଅନୁଯାୟୀ, ଏହି ସମୟରେ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମର ପରିକ୍ରମା କରିବେ । ତେବେ ଏହି କାର୍ଯକ୍ରମକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପରାମର୍ଶ ଦିଆ ଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।
ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କ ସ୍ନାନ,ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ । କୁମାର ପୂର୍ଣ୍ଣିମା ପରିଦିନ କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳିମାନେ ସଙ୍କଳ୍ପ କରିବେ ।
Comments are closed.