ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡର ପ୍ରକୃତ କାରଣ ୧୭ ମାସ ପରେ ଜଣାପଡିଛି । ଗ୍ୟାଙ୍ଗ ଷ୍ଟାର ଲରେନ୍ସ ବିଶ୍ନୋଇଙ୍କ ଭଣଜା ସଚିନ ଥାପନ ଏହି ଖୁଲାସା କରିଛନ୍ତି । ଆଜରବୈଜାନରୁ ସଚିନଙ୍କୁ ଭାରତ ଅଣାଯାଇଛି । ମାନସା ପୋଲିସ ତାଙ୍କୁ ପୋଲିସ ପ୍ରଡକ୍ସନ ୱାରେଂଟରେ ଭାରତ ଆଣିଛି । ସଚିନଙ୍କ କହିବା ଅନୁସାରେ ୨୦୨୧ରେ ଏକ କବାଡି କପ ଆୟୋଜିତ ହୋଇଥିଲା । ଏହା ପରୋକ୍ଷରେ ସିଦ୍ଧୁଙ୍କ ମୃତ୍ୟୁର କାରଣ ସାଜିଥିଲା । ବବୀହା ଗ୍ୟାଙ୍ଗ ଏହି କପର ଆୟୋଜନ କରିଥିଲା । ଲରେନ୍ସଙ୍କ ସହ ସେ ସମୟରେ ସଚିନ ଆଜମେର ଜେଲରେ ଥିଲେ । ସେହି ସମୟରେ ଏହି କବାଡି କପ ଆୟୋଜିତ ହୋଇଥିଲା ।
ସିଦ୍ଧୁଙ୍କୁ ସେଠାକୁ ନ ଯିବା ପାଇଁ ଲରେନ୍ସ ଫୋନ କରି କହିଥିଲେ । ମାତ୍ର ସେ ସେଠାକୁ ଯାଇଥିଲେ । ଲରେନ୍ସ ଯେତେବେଳେ ପଚାରିଲେ ତୁମକୁ ମନା କରିବା ସତ୍ୱେ ସେଠାକୁ କାହିଁକି ଯାଇଥିଲ ? ଏ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଲରେନ୍ସ ତାଙ୍କୁ ହତ୍ୟା କରିବା ପାଇଁ ଜିଦ ଧରିଥିଲେ । ୨୦୨୨ ମେ ୨୯ରେ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।
Comments are closed.