ଗୁଜରାଟ: ଟେକ୍ନୋଲୋଜି ଦୃଷ୍ଟିରୁ ଚାଇନା ଏବଂ ଜାପାନ ହେଉଛି ସବୁଠାରୁ ଆଧୁନିକ ଦେଶ ଏବଂ ସେଠାରେ ଯେଉଁ ପ୍ରକାରର ଉଦ୍ଭାବନ କରାଯାଇପାରିବ ତାହା ଅନ୍ୟ କେଉଁଠାରେ କରାଯାଇପାରିବ ନାହିଁ ବୋଲି ଲୋକଙ୍କ ଧାରଣା । କିନ୍ତୁ ଆମ ଭାରତ ମଧ୍ୟ ଉଦ୍ଭାବନ ଦୃଷ୍ଟିରୁ କୌଣସି ଦେଶର ପଛରେ ନାହିଁ । ଏଠାକାର ଲୋକମାନେ ଏତେ ବୁଦ୍ଧିମାନ ଯେ, ସେମାନେ କିଛି ବି କରିପାରନ୍ତି । ଏହାର ଏକ ଉଦାହରଣ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତାରେ ଏକ ଅଜବ ବାଇକ୍ ଚଲାଉଥିବାର ଦେଖିବାକୁ ମିଳିଛି ।
ଗୁଜରାଟର ସୁରଟ ସହର ସମ୍ବନ୍ଧୀୟ ଭିଡିଓ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡ଼ିଓ ପୋଷ୍ଟ କରାଯାଇଛି । ଯେଉଁଥିରେ ଏକ ଅଜବ ବାଇକ୍ ଚାଲୁଥିବାର ଦେଖାଯାଉଛି । ଏହା ଏକ ସାଧାରଣ ବାଇକ୍ ନୁହେଁ, କିନ୍ତୁ ଏହାକୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ, ଏହା ସାଇକେଲ ଚକ ପରି ଦେଖାଯାଉଛି । ଭିଡିଓଟି ସୁରଟରୁ ବୋଲି କୁହାଯାଉଛି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଏହି ବାଇକ୍ର ବଡ଼ ଚକ ତଳେ ଏକ ଅଧା ଲୁହା ଚକ ଅଛି । ଜଣେ ବ୍ୟକ୍ତି ଏହାର ମଝିରେ ବସିଛନ୍ତି । ଗାଡ଼ିର ହ୍ୟାଣ୍ଡେଲ, ଫୁଟ୍ରେଷ୍ଟ ଏବଂ ସିଟ୍ ମଝିରେ ତିଆରି ହୋଇଛି । ସେ ସେହି ଗାଡ଼ିଟିକୁ ସ୍କୁଟର ଭଳି ଚଲାଉଛନ୍ତି । ଏହା ଆଗକୁ ବଢୁଥିବା ବେଳେ ସମଗ୍ର ଚକଟି ଗୋଲାକାର ଭାବେ ଘୂରୁଛି । ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ପସନ୍ଦ କରିଥିବା ବେଳେ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । ଅନେକ କହିଛନ୍ତି ଯେ, ଏହା ଏକ ନିଆରା ବାଇକ୍ କିନ୍ତୁ ବର୍ଷା ହେଲେ ପରିସ୍ଥିତି କ’ଣ ହେବ । ସେହିପରି ଆଉ କିଛି କହିଛନ୍ତି, ଲାଗୁଛି ଏହି ବ୍ୟକ୍ତି ଜଣେ ସମୟ ଭ୍ରମଣକାରୀ । ଅନ୍ୟ ଜଣେ କହିଛନ୍ତି, ଏହା ହେଉଛି ୨୦୫୦ ବର୍ଷ ପାଇଁ ଆକ୍ଟିଭା ସ୍କୁଟି ।
Comments are closed.