Latest Odisha News

ଆସନ୍ତାକାଲି ବର୍ଷର ଶେଷ ସୂର୍ଯ୍ୟପରାଗ: କେତେବେଳେ ଲାଗିବ ଓ କେତେବେଳେ ଛାଡିବ ? ଜାଣନ୍ତୁ ପୂରା ବିବରଣୀ

ନୂଆଦିଲ୍ଲୀ:ଆସନ୍ତାକାଲି ସୂର୍ଯ୍ୟପରାଗ । ୨୦୨୩ ଅକ୍ଟୋବର ୧୪ ତାରିଖ ସୂର୍ଯ୍ୟପରାଗ । ବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିସହିତ ଆସନ୍ତାକାଲି ମହାଳୟା ଅମାବାସ୍ୟା  । ତେଣୁ ସୂର୍ଯ୍ୟପରାଗ କେବେ ହେବ ଓ ହାଣ୍ଡିଛାଡ କେବେ ହେବ ଓ ଶ୍ରାଦ୍ଧ ଓ ତର୍ପଣ କେବେ ହେବ ଜାଣନ୍ତୁ ।

ଆସନ୍ତା କାଲି ଭାରତୀୟ ସମୟାନୁସାରେ ରାତି ୮ ଟା ୩୪ ମିନିଟରେ ଆରମ୍ଭ ହେବ  ।ପରାଗ ମଧ୍ୟରାତ୍ରି ୨ଟା ୨୫ ମିନିଟ ପର୍ଯ୍ୟନ୍ତ ରହିବ । ତେବେ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟ ହେବ ନାହିଁ । ତେଣୁ ଭାରତରେ ହାଣ୍ଡିଛାଡ ହେବ ନାହିଁ ।ଏହି ଗ୍ରହଣ ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଟଲାଣ୍ଟିକା, ଆଣ୍ଟ୍ରାକଟିକାରେ ଦୃଶ୍ୟ ହେବ ।

ଏହି ସୂର୍ଯ୍ୟଗ୍ରହଣ କନ୍ୟା ରାଶି ଏବଂ ଚିତ୍ରା ନକ୍ଷତ୍ରରେ ଲାଗିବ । ଯେହେତୁ ଭାରତରେ ଏହି ପରାଗ ଦୃଶ୍ୟ ହେବନି ତେଣୁ ଶ୍ରାଦ୍ଧ, ତର୍ପଣ ଆଦି କ୍ରିୟାନୁଷ୍ଠାନରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସୂଚନାଥାଉ କି, କୁମାରପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡିବ ।

Comments are closed.