ମୁମ୍ବାଇ:ପାରିବାରିକ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ରାୟ । ଐଶ୍ୱର୍ଯ୍ୟା ଏବଂ ଶାଶୂ ଜୟ ବଚ୍ଚନଙ୍କ ମଧ୍ୟରେ ସମ୍ପର୍କ ଏତେ ଭଲ ନାହିଁ । ଏପରିକି ନଣନ୍ଦ ଶ୍ୱେତାଙ୍କ ସହ ମଧ୍ୟ ସମ୍ପର୍କରେ ମଧୁରତା ନ ଥିବା ଶୁଣିବାକୁ ମିଳୁଛି । ନିକଟରେ ବିଗ ବିଙ୍କ ଜନ୍ମ ଦିନରେ ଐଶ୍ୱର୍ଯ୍ୟା ପୋଷ୍ଟ କରିଥିବା ଏକ ଫଟୋ ଏପରି ବିବାଦକୁ ଆହୁରି ଉସକେଇଥିଲା ।
ଶ୍ୱଶୁରଙ୍କ ଜନ୍ମଦିନରେ ବୋହୂ ଐଶ୍ୱର୍ଯ୍ୟା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଥିରେ ଐଶ୍ୱର୍ଯ୍ୟା ଏକ ଫଟୋ ସେୟାର କରିଥିଲେ । ଫଟୋଟିକୁ କ୍ରପ କରାଯାଇଥିଲା ଏବଂ ଏଥିରୁ ଜୟା ବଚ୍ଚନଙ୍କ ଫଟୋକୁ କାଟି କେବଳ ଅମିତାଭ ଏବଂ ଆରାଧ୍ୟାଙ୍କ ଫଟୋକୁ ଦେଇଥିଲେ ଐଶ୍ୱର୍ଯ୍ୟା । ଫଟୋ କ୍ରପକୁ ନେଇ ବେଶ ଟ୍ରୋଲ ହୋଇଥିଲେ ଐଶ୍ୱର୍ଯ୍ୟା ।
ଆଜିକାଲି ଏହି ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି ଶ୍ୱେତା ବଚ୍ଚନ । ଶ୍ୱେତାଙ୍କୁ ମଧ୍ୟ ସୋସିଆଲ ମିଡିଆରେ ବେଶ ଟ୍ରୋଲ କରାଯାଉଛି । ଶ୍ୱେତାଙ୍କ ଝିଅ ନବ୍ୟା ନଭେଲି କିଛି ଦିନ ପୂର୍ବେ ପ୍ୟାରିସ ଫ୍ୟାସନ ୱିକରେ ରାମ୍ପରେ ଡେବ୍ୟୁ କରିଥିଲେ । ଏହାର ଭିଡିଓ ସେ ସେୟାର କରିଥିଲେ । ଏହି ଫ୍ୟାଶନ ୱିକରେ ଐଶ୍ୱର୍ଯ୍ୟା ରାୟ ବି ଭାଗ ନେଇଥିଲେ । ହେଲେ ଶ୍ୱେତା ଏହି ଭିଡିଓରେ ଐଶ୍ୱର୍ଯ୍ୟାଙ୍କୁ ଟାଗ କରି ନ ଥିଲେ । ଏହାକୁ ନେଇ ଶ୍ୱେତା ବେଶ ଚର୍ଚ୍ଚାକୁ ଆସିଥିଲେ ।
ଏହା ପ୍ରଥମ ଘଟଣା ନୁହେଁ । ଶ୍ୱେତା-ଐଶ୍ୱର୍ଯ୍ୟାଙ୍କ ସମ୍ପର୍କକୁ ନେଇ ପୂର୍ବରୁ ମଧ୍ୟ ବେଶ ଚର୍ଚ୍ଚା ହେଉଥିଲା । ଥରେ ଶ୍ୱେତା ନିଜେ ମଧ୍ୟ ଖୁଲାସା କରିଥିଲେ ଐଶ୍ୱର୍ଯ୍ୟାଙ୍କର କେଉଁ ପ୍ରକୃତି ତାଙ୍କର ବିଲକୁଲ ପସନ୍ଦ ନୁହେଁ ।
ଅଭିଷେକ ବଚ୍ଚନ ଥରେ କରଣ ଜୋହରଙ୍କ କଫି ୱିଥ କରଣକୁ ଭଉଣୀ ଶ୍ୱେତାଙ୍କ ସହ ଆସିଥିଲେ । ଏଥିରେ କରଣ ଶ୍ୱେତାଙ୍କୁ ଐଶ୍ୱର୍ଯ୍ୟା ସମ୍ପର୍କରେ କିଛି ପଚାରିଥିଲେ । କରଣ ପଚାରିଥିଲେ, ଐଶ୍ୱର୍ଯ୍ୟାଙ୍କର କେଉଁ କେଉଁ ଗୁଣ ତୁମେ ପସନ୍ଦ କର ଏବଂ କେଉଁ ଗୁଣକୁ ପସନ୍ଦ କରନି । ଶ୍ୱେତା ଏହାର ଉତ୍ତରରେ କହିଥିଲେ, ଐଶ୍ୱର୍ଯ୍ୟା ଆତ୍ମନିର୍ଭର । ଜଣେ ଶକ୍ତିଶାଳୀ ମହିଳା ଏବଂ ବହୁତ ଭଲ ମା’ । ହେଲେ ଟାଇମ ମ୍ୟାନେଜମେଣ୍ଟକୁ ନେଇ ସବୁବେଳେ ତାଙ୍କର ସମସ୍ୟା । ସେ କଲ ଏବଂ ମେସେଜର ଉତ୍ତର ଖୁବ ଡେରିରେ ଦିଅନ୍ତି । ଐଶ୍ୱର୍ଯ୍ୟାଙ୍କର ଏହି ଗୁଣ ତାଙ୍କୁ ବିଲକୁଲ ଭଲ ଲାଗେନି ବୋଲି କହିଥଲେ ଶ୍ୱେତା ।
ନିକଟରେ ଅମିତାଭ ତାଙ୍କର ବଚ୍ଚନଙ୍କର ୮୧ ତମ ଜନ୍ମଦିନ ପାଳନ ହେଉଥିଲା । ଜନ୍ମଦିନ ରାତିରେ ପୁରା ପରିବାର ଏକାସଙ୍ଗରେ ଥିଲେ । ଜନ୍ମଦିନ ଉତ୍ସବ ପାଳନର ଫଟୋ ଶେୟାର କରିଥିଲେ । ଏଥିରେ ନବ୍ୟା, ଅଗସ୍ତ୍ୟ, ଆରାଧ୍ୟା ଏବଂ ଜୟାବଚ୍ଚନ ଥିଲେ । ସେହି ପଟୋକୁ କ୍ରପ କରି ଶେୟାର କରିଥିଲେ ଯେଉଁଥିରେ କେବଳ ଆରାଧ୍ୟ ଏବଂ ଅମିତାଭ ନଜର ଆସିଥିଲେ । ଏହି ଫଟୋରେ ଆରାଧ୍ୟ ବିଗ ବିଙ୍କୁ ହଗ କରିଥିବା ନଜର ଆସିଥିଲେ ।
Comments are closed.